ସତ୍ୟବାଦୀରେ ଘର ଭଙ୍ଗା ଅନିୟମିତତା; ୨ ତାରିଖ ପର୍ଯ୍ୟନ୍ତ ଆନ୍ଦୋନଳ ସ୍ଥଗିତ
ସାକ୍ଷୀଗୋପାଳ ------- ସାମୁଦ୍ରିକ ଫାନି ବାତ୍ୟାରେ ସତ୍ୟବାଦୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏପରିକି କେତକ ଲୋକଙ୍କ ଘର ଦ୍ୱାର ଭାଙ୍ଗି ଛାର ଖାର ହୋଇଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାର ଘର ଭାଙ୍ଗିଥିବା ପରିବାରଙ୍କୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେଲେ । ମାତ୍ର ଏହି ଘର ଭଙ୍ଗା ତାଲିକା ପ୍ରସ୍ତୁତି ସମୟରେ କେତକ ଅସାଧୁ ସରକାରୀ କର୍ମଚାରୀ ଅନିୟମିତତା କରିଥିବାର ଦେଖାଯାଇଛି । ସତ୍ୟବାଦୀ ବ୍ଳକରେ ଯେଉଁମାନଙ୍କର ପକୃତ ଘରଭାଙ୍ଗି ମାଟିରେ ମିଶିଛି ସେମାନଙ୍କ ନାମ ଘରଭଙ୍ଗା ତାଲିକାରେ ନାହିଁ । କୋଠା ଘର ଲୋକଙ୍କର ନାମରେ ୯୫ ହଜାର ଟଙ୍କା ପ୍ରଦାନ କରାଯାଇଛି ବୋଲି ସତ୍ୟବାଦୀ ତହସିଲଦାରଙ୍କ ନିକଟରେ ଅଭିଯୋଗ ହେବା ସହ ବିକ୍ଷୋଭ କରାଯାଇଥିଲା । ସେ ସମୟରେ ତହସିଲଦାର ଏକମାସ ସମୟ ନେଇଥିଲେ ମାତ୍ର ସମୟ ଶେଷ ହେବା ପରେ ଗୋବିନ୍ଦ୍ରଚନ୍ଦ୍ର ମହାପାତ୍ର, ସଚ୍ଚିକାନ୍ତ ବରାଳ, ଦୁର୍ଗେଶ ମିଶ୍ର, ଶରତ ପ୍ରଧାନ, ପିତାମ୍ବରି ଦାସ, ଉମା ବାରିକ, ଶଶି ଭୋଇ, ମାନସି ସ୍ୱାଇଁ, ବିଷ୍ଠୁପ୍ରିୟା ପରିଡା, ଶାନ୍ତି ବରାଳ, କୁମାରୀ ବିଶ୍ୱାଳ, ପ୍ରମିଳା ନାୟକ ପ୍ରମୁଖ ଶତାଧିକ ପୁରୁଷ ମହିଳା ଏକ ଶୋଭାଯାତ୍ରାରେ ଯାଇ ତହସିଲକାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ତହସିଲଦାର ଅନୁପସ୍ଥିତ ଥିବା ସହ କିଛି ଦିନ ପର୍ଯ୍ୟନ୍ତ ସମୟ ମାଗିବାରୁ ଏହି ଆନ୍ଦୋଳନ ଚଳିତ ଫେବୃଆରି ମାସ ୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ନଚେତ ୩ ତାରିଖ ଦିନ ସତ୍ୟବାଦୀ ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଏକ ଦାବି ପତ୍ର ଅତିରିକ୍ତ ତହସିଲଦାର ମୌସୁମି ମିଶ୍ରଙ୍କୁ ଦିଆଯାଇଥିବା ଜଣାପଡିଛି । ସାକ୍ଷୀୋପାଳରୁ ଧୀରେନ୍ଦ୍ର ସେନାପତି