କଙ୍ଗାରୁ କୋର୍ଟରେ ଦୁଷ୍କର୍ମ ଅଭିଯୁକ୍ତ; ଜୋରିମାନା ଦେଇ ଖସିଗଲେ
ଜଗତସିଂହପୁର---- ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଗ୍ରାମବାସୀ ଙ୍କ ହାତରେ ଧରାପଡି ନିସ୍ତୁକ ମାଡ଼ ଖାଇବା ପରେ ଅଭିଯୁକ୍ତ କଙ୍ଗାରୁ କୋର୍ଟରେ ଜୋରିମାନା ଦେଇ ଖସିଯାଇ ଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ଉକ୍ତ ଭିଡିଓଟି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳର। ଗତକାଲି ତିର୍ତ୍ତୋଲ ଥାନା ଅନ୍ତର୍ଗତ ନିମକଣା ରେଳବାଇ ଲେବରକ୍ରସିଂର ନିକଟରେ ରାସ୍ତାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଟିଉସନ ଯାଉଥିବା ବେଳେ ଜଣେ କାମାନ୍ଧ ଯୁବକ ଜୋର ଜବରଦସ୍ତ ଅଟକାଇ ରେଳଲାଇନ କଡକୁ ନେଇଯାଇଥିଲା। ନାବାଳିକା ଛାତ୍ରୀ ଜଣଙ୍କ ବଡପାଟିରେ ଚିତ୍କାର କରିଥିଲା।ନାବାଳିକାର ଚିତ୍କାର ଶୁଣି ରେଳଲାଇନ କଡରେ ଶୌଚ ପାଇଁ ଯାଇଥିବା ଜଣେ ସ୍ଥାନୀୟ ବ୍ୟକ୍ତି ଘଟଣାସ୍ଥଳକୁ ଦୌଡିଆସି ଦୁଷ୍କର୍ମକାରୀକୁ ପ୍ରତିବାଦ କରିଥିଲା।ପ୍ରତିବାଦକାରୀକୁ ଧକ୍କା ମାରି ଖସିଯିବାକୁ ଉଦ୍ୟମ କରିଥିଲା।ଏହି ସମୟରେ ପାଟିତୁଣ୍ଡ ଶୁଣି ଲୋକ ରୁଣ୍ଡ ହୋଇ ଅଭିଯୁକ୍ତକୁ କାବୁ କରିଥିଲେ।କାବୁ କରିବା ପରେ ଉତ୍ତମ ଭାବେ ନିସ୍ତୁକ ଛେଚିଥିଲେ। ପରେ ଯୁବକ ଜଣଙ୍କୁ ମୁର୍ମୂଷୁ ଅବସ୍ଥାରେ ଲେବୁଲକ୍ରସିଂ ପାଖ ଏକ ସାଇକେଲ ଷ୍ଟାଣ୍ଡ ଘରେ ଅଟକ ରଖାଯାଇଥିଲା।ଆହାତ ନାବାଳିକାକୁ ଉଦ୍ଧାର କରି ତାର ପରିବାର ଲୋକଙ୍କ ଜିମା ଦିଆଯାଇଥିଲା। ପରେ କେତେକ ମୂଷ୍ଟିମେୟ ଲୋକ ଏକାଠି ହୋଇ ଆରମ୍ଭ କରିଥିଲେ କଙ୍ଗାରୁ କୋର୍ଟ। କାମାନ୍ଧ ଯୁବକ ଜଣଙ୍କ ତିର୍ତ୍ତୋଲ ଥାନା ଅଞ୍ଚଳର ବୋଲି ଜଣାପଡିଥିଲା। ସେ ବିବାହିତ ଦୁଇଟି ସନ୍ତାନର ବାପ ବୋଲି ଜାଣିବାକୁ ମିଳିଥିଲା। କିଛି ଲୋକଙ୍କ ଉପସ୍ଥିତିରେ କଙ୍ଗାରୁ କୋର୍ଟ ସକାଳ ନଅ ଘଟିକାରୁ ଅପରାହ୍ନ୧ଘଟିକା ପର୍ଯ୍ୟନ୍ତ ଚାଲିଥିଲା।କଙ୍ଗାରୁ କୋର୍ଟରେ ଅଭିଯୁକ୍ତ ଉପରେ ପାଞ୍ଚଲକ୍ଷ ଟଙ୍କା ଜୋରିମାନା କରାଯାଇଥିଲା।ମାତ୍ର ଏକ ଲକ୍ଷ ଟଙ୍କା ଜୋରିମାନାରେ କଥା ଛିଣ୍ଡିଥିବା ଜଣାପଡିଛି । ତିର୍ତ୍ତୋଲ ଥାନା ଠାରୁ ମାତ୍ର ଦୁଇ କିଲୋମିଟର ଦୁର ଚଳଚଞ୍ଚଳ ମଣିଜଙ୍ଗା ଏରସମା ରାସ୍ତା କଡରେ ଶହଶହ ଲୋକଙ୍କ ଉପସ୍ଥିତିରେ କଙ୍ଗାରୁ କୋର୍ଟ ଚାଲିଥିବା ବେଳେ ପୋଲିସ ଘଟଣାସ୍ଥଳକୁ ନଆସିବା ରାଜନୈତିକ ଓ ମୁଷ୍ଟିମେୟଙ୍କ ପ୍ରଭାବ ବୋଲି କୁହାଯାଇଛି । ପିଡିତା ନାବାଳିକାର ପରିବାର ଲୋକ ଲଜ୍ୟା ଓ ମୂଷ୍ଟିମେୟଙ୍କ ଭୟରେ ପୋଲିସରେ ଅଭିଯୋଗ କରିନଥିବା ଜଣାପଡିଛି।ପୋଲିସ ଘଟଣା ସମ୍ପର୍କରେ କିଛି ଜାଣିନଥିବା କିମ୍ବା କୌଣସି ଅଭିଯୋଗ ହୋଇନଥିବା କହିଛନ୍ତି।ମାତ୍ର ପୋଲିସ ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଗ୍ରାମରେ ଗୃହରକ୍ଷୀ ଓ ଗ୍ରାମରକ୍ଷୀ କାର୍ଯ୍ୟ କରୁଥିବା ବେଳେ ଦିର୍ଘ ଛଅଘଣ୍ଟା ଧରି କଙ୍ଗାରୁ କୋର୍ଟ ସଂପର୍କରେ କିଭଳି ଜାଣିପାରିଲେ ନାହିଁ ବୋଲି ପ୍ରଶ୍ନ ଉଠିଛି।ପୋଲିସ ନେଟୱାର୍କ ଫେଲ ମାରିଥିଲା ନା ଜାଣିଶୁଣି ପୋଲିସ ଚାପରେ ଘଟଣାରୁ ଦୁରେଇ ରହିଥିଲା ଯାହାକୁ ନେଇ ପ୍ରଶ୍ନ ଉଠିଛି।ଏବେ ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାସହ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି।ପୋଲିସ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଏ ବାବଦରେ ପୋଲିସ କିଛି କହିବା ପାଇଁ ମନା କରିଦେଇଥିବା ବେଳେ ପିଡିତାର ପରିବାର ମଧ୍ୟ କିଛି କହିବା ପାଇଁ ମନା କରିଦେଇଛନ୍ତି । ଏହି ହେଉଛି ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମ ।
ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର