Breaking News

ଯୌତୁକ ଯୁଇରେ ରଶ୍ମିତା ; ପରିବାର ଲୋକେ ଫେରାର

ନୟାଗଡ଼:---ନୟାଗଡ଼ ଜିଲ୍ଲାରେ ଯୌତୁକ ଜନିତ ହତ୍ୟାକାଣ୍ଡ କିଛି ମାତ୍ରାରେ କମିଥିବାବେଳେ ଏବେ ପୁଣି ଏକ ନବବଧୂକୁ ହତ୍ୟା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଗୋଡ଼ିପଡ଼ା ଗ୍ରାମରେ ଆଜି ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଥାନା ରେ ଅଭିଯୋଗ ହୋଇଛି । ସ୍ୱାମୀ, ଶାଶୁ, ଶ୍ୱଶୁର ଫେରାର ହୋଇଯାଇଛନ୍ତି । ସୂଚନାନୁସାରେ, ଶରଣକୁଳ ଥାନା ଅନ୍ତର୍ଗତ ସିଙ୍ଗାରପୁର ଗ୍ରାମର ସୁବାସ ନାୟକଙ୍କ ଝିଅ ରଶ୍ମିତା ନାୟକ ରଣପୁର ଥାନା ଅନ୍ତର୍ଗତ ଗୋଡ଼ିମଡ଼ା ଗ୍ରାମର ଅନ୍ତରା ନାୟକଙ୍କ ପୁଅ ଟିକିନା ନାୟକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ରଶ୍ମିତାଙ୍କ ପରିବାର ୩୦ ହଜାର ଟଙ୍କା ଯୌତୁକ ଦେବା ସହ ଅନ୍ୟନ ଆସବାବପତ୍ର ଦେଇଥିଲେ । ମାତ୍ର ବିବାହ ପରଠାରୁ ଶାଶୁଘର ପକ୍ଷରୁ ଏକ ମୋଟର ସାଇକେଲ ପାଇଁ ଦାବି କରାଯାଉଥିବା ବେଳେ ଆଜି ଉକ୍ତ କାରଣରୁ ରଶ୍ମିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସ୍ୱାମୀ, ଶାଶୁ, ଶ୍ୱଶୁର ଏବଂ ନଣନ୍ଦ ମିିଶି ଟିକିନାଙ୍କୁ ଦଳଚକଟା କରି ହତ୍ୟା କରିଥିବା ବାପଘର ପରିବାର ଲୋକେ ଅଭିଯୋଗ କରିଛନ୍ତି । ଖବରପାଇ ରଣପୁର ପୁଲିସ ଘଟଣାସ୍ଥଳରେ ପହଂଚି ଛାନଭିନ କରିଥିବା ବେଳେ ସାଇଣ୍ଟିଫିକ ଟିମ ମଧ୍ୟ ଅନୁସନ୍ଧାନ ଚଳାଇଛି । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଶାଶୁଘରର ସମସ୍ତେ ଫେରାର ଥିବା ଜଣାପଡ଼ିଛି । ନୟାଗଡ଼ ଜିଲ୍ଲାରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts