Breaking News

ଦମଦମା ନଳିଆ ପାଣି ଏବେ ଜହର ପାଲିଟିଛି


 ବରଗଡ଼----   ବରଗଡ଼ ଜିଲ୍ଲା ଅତାବିରା ସହରର ଜୀବନରେଖା ଭାବେ ପରିଚିତ ଦେଇଛି ଦମଦମାର ନଳିଆ ପାଣି । ଏବେ ଜହର ପାଲଟିଯାଇଛି।ଏହା ଫଳରେ ଅଞ୍ଚଳର ସହରବାସୀ ଚିନ୍ତିତ। ସବୁ ସହରର ବାହାରୁ ଥିବା ଆବର୍ଜନା ତଥା ନାଳ ନର୍ଦମାର ପାଣି ଏବେ ଏହି ଦମଦମା ନଳିଆରେ ମିଶିଛି।  ଯାହା ଫଳରେ ପ୍ରଦୂଷିତ ହେଉଥିବାର ତାହା ପାନୀୟଜଳ ଭାବେ ବ୍ୟବହାର କରିବା ଅନୁପଯୋଗୀ ହୋଇ ପଡିଛି ।  କିନ୍ତୁ କିଛି ଲୋକ ମାନେ  ଉପାୟ ନପାଇ ସ୍ଥାନୀୟ ଜନ ବସତି ବାଧ୍ୟ ହୋଇ ଏହି ବିଷାକ୍ତ ପାଣିରେ ଗାଧୋଉଛନ୍ତି। ଚାରିଆଡେ ମଇଳା ଆବର୍ଜନା ସହ ବିଭିନ୍ନ ଲଟା ବୃକ୍ଷଲତା ମାଡ଼ି ଗଲାଣି । ଅନେକ ସମୟରେ ଅତାବିରା ବାସୀ ଏହି ଦୂଷିତ ପାଣି ପିଇ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେବାର ନଜର ରହିଛି। ଅତାବିରା ବସ୍ତିରୁ ପାଖାପାଖି ୧କିଲୋମିଟର ଦୂରରେ ଗ୍ରାମପତି ଗୁଡି ପରିସରରେ ରହିଅଛି ଏକ ସରକାରୀ ପାନୀୟ ପ୍ରକଳ୍ପ। ସେହି ପ୍ରକଳ୍ପରୁ ଅତାବିରା ବସ୍ତିକୁ ଏକ ପାଇପ ଯୋଗେ ପାଣି ସଂଯୋଗ କରାଯାଇଛି। ଯାହା ଦମଦମା ନଳିଆ ମଧ୍ୟ ଦେଇ ଯାଇଥିବା ପାଣି ପାଇପଟି ବହୁ ଦିନରୁ ଫାଟି ପଡି ଭିତରକୁ ପ୍ରବେଶ କରୁଛି ଆବର୍ଜନା ପାଣି।ଯାହାକି ଏବିଷୟରେ ସ୍ଥାନୀୟ ବାସୀ ଅନେକ ଥର ଏବିଷୟରେ ପାନୀୟ ବିଭାଗ ଅଧିକାରୀଙ୍କୁ ଜଣାଇବା ସତ୍ତ୍ୱେ ମଧ୍ୟ ତାର କୌଣସି ପ୍ରତିକାର କରାଯାଉ ନାହିଁ ।  ଲୋକେ ବାଧ୍ୟ ହୋଇ ଏହି ମଇଳା ପାଣି ଫୁଟାଇ ପିଇବାକୁ ପଡୁଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଲୋକଙ୍କ କହିବା ଅନୁଯାୟୀ ଅନେକ ଥର ମଇଳା ପାଣି ଆସିବା ସହ ଦୁର୍ଗନ୍ଦ ଓ ପାଣିରେ ପୋକଜୋକ ମଧ୍ୟ ଆସୁଥିବାର ଦେଖାଯାଉଛି।ଉକ୍ତ ନଳିଆ ପାଣି ବ୍ୟବହାର କରିବା ଯୋଗୁଁ  ଚର୍ମ ଓ ଯକ୍ଷ୍ମା ରୋଗ ହେବା ସହ ମହାମାରୀ ହେବାର ସମ୍ବାବନା ରହିଛି ବୋଲି ପଡାବାସି ମାନେ କହନ୍ତି ।  ଦମଦମା ନଳିଆର ପାଣି ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ଉକ୍ତ ପାଣି  ୧୨ଟି ୱାର୍ଡକୁ ସଂଯୋଗ ହୋଇଛି।ସେହପରି ଅନତି ଦୂରରେ ଥିବା ଝାଉଁଜୋର ନଦୀ,ଭୋଇପୁରା ନଳିଆ,ବୈମାନ ଟିକ୍ରା ନଳିଆ,ଭାଲୁପାଲି ନଳିଆ ପ୍ରମୁଖ ତଟରେ ରହୁଥିବା ବହୁ ବସ୍ତି ବାସିନ୍ଦା ଏହି ନଳିଆ ତଥା ନଦୀରେ ଗାଧୋଇ ଚର୍ମରୋଗର ଶିକାର ହେଉଥିବା ମଧ୍ୟ ଅଭିଯୋଗ ହେଉଛି।ଏପରିକି ଏହି ପ୍ରମୁଖ ନଳିଆ ମାନଙ୍କରୁ ଅନେକ ନଳିଆରେ କିଛି ଅସାଧୁ ବ୍ୟକ୍ତି ବିଶେଷଙ୍କ ସ୍ୱାର୍ଥ ପାଇଁ ରାଇସମିଲ ନର୍ଦ୍ଧମା ପାଣି,କୁକୁଡ଼ା ଫାର୍ମର ଦୁର୍ଗନ୍ଦ ପାଣି,ବସ୍ତି ମାନଙ୍କର ଡ୍ରେନେଜ ପାଣି ଏହି ନଳିଆ ମାନଙ୍କୁ ଛାଡ଼ିଦେବା ଫଳରେ ଲୋକେ ବିଭିନ୍ନ ରୋଗର ଶିକାର ହେବା ସହ ଲୋଜେ ନାହିଁ ନଥିବାର ସମ୍ବୁଖିନ ହେଉଛନ୍ତି।ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟି ଦେଇ ପରିତ୍ୟକ୍ତ ନଦୀ ନଳିଆରେ ମିଶୁଥିବା ଆବର୍ଜନା ପାଣି ବନ୍ଦ କରିବାକୁ ସାଧାରଣରେ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts