 |
Baragarh |
ବରଗଡ଼ ---- ସରକାର ଯେଉଁ ଦିନ ଠାରୁ ଚାଷୀ ମାନଙ୍କ ଠାରୁ ସରକାରୀ ଦରରେ ଧାନ କିଣିବା ଆରମ୍ଭ କଲେ ସେହିଦିନଠାରୁ ଚାଷୀଙ୍କୁ ଶୋଷଣ କରିଚାଲିଛନ୍ତି ସରକାରୀ କର୍ମଚାରୀ । ବରଗଡ଼ ଜିଲ୍ଲାରେ ଗୋଟିଏ ପଟେ ଧାନର ଅଭାବୀ ବିକ୍ରି ଅନ୍ୟ ପଟେ ଧାନ ବିକି ଅର୍ଥ ପାଉନାହିଁ ଚାଷୀ । ଚାଷୀ ଭାକୁଡା କେଉଁ ପଟର ହେବ । ବରଗଡ଼ ଜିଲ୍ଲା ଚାଷୀ ତଥା ଆଦିବାସୀ ଜନବହୁଳ ଅଞ୍ଚଳ ଭାବେ ଜଣାଶୁଣା । ଓଡ଼ିଶାର ଭାତ ହାଣ୍ଡି ରୂପେ ବରଗଡ଼ ଜିଲ୍ଲା ବେଶ ପରିଚିତ। ସରକାର ଚାଷୀର ଧାନକୁ କିଣାବିକା ପାଇଁ ଜିଲ୍ଲାର ବିଭିନ୍ନ ବିଭିନ୍ନ ସ୍ଥାନରେ ମଣ୍ଡି ମାନ ଖୋଲି ଧାନ କିଣାବିକା ଆରମ୍ଭ ହୋଇଛି । ସରକାରୀ ନିର୍ଦ୍ଧାରିତ ସମୟରେ କିଣାବିକା ଚାଲେ ତାପରେ ମଣ୍ଡି ବନ୍ଦହୋଇ ଯାଏ। ଏହି ଭିତରେ ଚାଷୀ ଅନେକ ସମସ୍ୟାର ସମ୍ବୁଖିନ ହୋଇଥାନ୍ତି । ସତେ ଯେମିତି ଚାଷୀ ଚାଷ କରି ମସ୍ତ ବଡ଼ ଭୁଲ କରିଦେଇଛି।ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଅତାବିରା ବ୍ଲକରେ । ଡୁମେର ପାଲି ଗ୍ରାମର କେଶବ ଚନ୍ଦ୍ର ପ୍ରଧାନ,ତାଙ୍କ ବୟସ ତେୟାଅସି। କେଶବ ଚନ୍ଦ୍ର ପ୍ରଧାନ ଓ ଅନେକ ଚାଷୀ ଗତ ନଭେମ୍ବର ମାସ ଠାରୁ ନିଜ ଅମଳ ଧାନ କାଠଡେରା ମାର୍କେଟ ୟାର୍ଡରେ ଧାନ ସରକାରୀ ପ୍ରକ୍ରିୟାରେ ବିକ୍ରି ମଧ୍ୟ ହେଇସାରିଛି। ହେଲେ ତାଙ୍କ ଜମା ଖାତାକୁ ଦିନ ପରେ ଦିନ ଗଡି ମାସ ବିତି ଯାଇଥିଲେ ମଧ୍ୟ ଟଙ୍କା ଆସୁନାହିଁ । ଯାହାକି ସରକାର ଘୋଷଣା କରିଛନ୍ତି ଧାନ ବିକ୍ରିର ୪୮ଘଣ୍ଟାରୁ ୭୨ ଘଣ୍ଟା ମଧ୍ୟରେ ମିଳିଯିବ ବୋଲି ସରକାରୀ ସ୍ତରରେ ଘୋଷଣା ହୋଉଛି । ମାତ୍ର ସରକାରଙ୍କ ଘୋଷଣା ଗୋଟିଏ ପଟେ ରହି ଯାଉଛି । ଚାଷୀ ମାନଙ୍କର ଆଇସ୍କାନ ନହେବାରୁ ଧାନ ବିକ୍ରି ହୋଇଥିବା ଟଙ୍କା ପାଇବାରୁ ସେମାନେ ବଞ୍ଚିତ ହେଉଛନ୍ତି ବୋଲି ବାବୁ ମାନେ ସଫେଇ ଦେଉଛନ୍ତି । ସରକାରଙ୍କ ନିୟମ ଅଛି ଯେଉଁ ଚାଷୀଙ୍କର ଆଇସ୍କାନ ହୋଇ ପାରୁନାହିଁ ସେମାନଙ୍କ ର ନୋମିନି ସମସ୍ତ ସୁବିଧା ସୁଯୋଗ ପାଇବେ । ସେହି ନିୟମ ଅନୁଯାୟୀ ନୋମିନ ମାନେ କାଗଜପତ୍ର ପ୍ରକ୍ରିୟା କରିବା କଥା ସେସବୁ ମଧ୍ୟ କରିଛନ୍ତି। କିନ୍ତୁ ତାହା ଦିନ ପରେ ଦିନ ଗଡି ଯାଉଛି ପ୍ରକ୍ରିୟାଟି କେତେ ଦୂର ଗଲା କୋଉଠି ରହିଲା ତାହା କାହାରିକୁ ଜଣାନାହିଁ । କେବଳ ଉପରୁ ସିଷ୍ଟମ ଅପଡେଡ଼ ହେଲେ କାମ ଦୁଇ ମିନିଟି ର ବୋଲି କହନ୍ତି ବାବୁ ମାନେ । ହେଲେ ଦୁଇ ମିନିଟି କେବେ ଆସିବ ଓ କେବେ ଟଙ୍କା ମିଳିବ ତାହା କେହି ଜାଣିନାହାନ୍ତି। ତେଣୁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଅମଳ କରିଥିବା ଧାନକୁ ସରକାରଙ୍କୁ ବିକ୍ରିକରି ବାର ଦୁଆର ହେଇ ହଇରାଣ ହେଉଛନ୍ତି ବରଗଡ଼ ଜିଲ୍ଲାର ଶହ ଶହ ଚାଷୀ ପରିବାର । ଚାଷୀ ଗଣ ମାଧ୍ୟମର ସହଯୋଗ ନେଇ ଅତାବିରା ଆର ଏମ୍ ସି ସଂପାଦକ ଶ୍ରୀ ବାରିକଙ୍କ ପାଖକୁ ଯାଇ ବୁଝିବାରୁ କେଶବ ଚନ୍ଦ୍ର ପ୍ରଧାନ ତ ମୋ ପାଖକୁ ଆସିଥିଲେ ଏବଂ ମୋସହିତ କଥାବାର୍ତ୍ତା ବି ହେଇଛନ୍ତି । ହେଲେ ସେ ସମୟରେ କେଶବଙ୍କ ପୁଅ ଶରତ ପ୍ରଧାନ ସେଠି ଥିଲେ ଏବଂ ମିଛ କହୁଥିବା ସଂପାଦକଙ୍କ କଥାକୁ ଅସ୍ବୀକାର କରି ମୋ ବାପା କେଶବ ପ୍ରଧାନ ତ ଉଠି ପାରୁନାହାନ୍ତି ଆଉ ଆପଣଙ୍କ ପାଖକୁ ଆସିଲେ କହି ତାଙ୍କ ଘରକୁ ଫୋନ ଲଗାଇ କଥା ହେବାରୁ କେଶବ କହିଲେ ମୁଁ ସେ ଆର ଏମ୍ ସି ସଂପାଦକଙ୍କୁ ଭଲ ଭାବରେ ଜାଣି ନାହିଁ ଆଉ ଭେଟ ହେବି କେମିତି ବୋଳି କହିଥିଲେ। ତାପରେ ସଂପାଦକ ମୁଁ କିଛି ଜାଣିନି ଓ ପ୍ରତ୍ରିକ୍ରିୟା ଦେବା ପାଇଁ ମନା କରିବା ସହ ମୁଁ ପ୍ରତିକ୍ରିୟା ଦେଇପାରିବିନାହିଁ । ତମେ ଯାହାକୁ କହିବାର ଅଛି କହ ଯୋଉଠିକି ଯିବାର ଅଛି ଯାଅ।ଗଣ ମାଧ୍ୟମକୁ ମଧ୍ୟ ଯାହା ଲେଖିବାର ଅଛି ଲେଖ ବୋଲି କହିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି ଯଦି କିଛି ଜଣାନାହିଁ ତେବେ ସେ କେଶବଙ୍କ ସହିତ କେବେ ଓ କଣ କଥା ହେଲେ।ସେହିପରି ସୋସାଇଟି ଅଧିକାରୀ ଆମ ପାଖକୁ ଚାଷୀ ମାନଙ୍କର ସମସ୍ୟା ମାନ ଆସିଛି ଏବଂ ଆମ ତରଫରୁ ସବୁ ପ୍ରକ୍ରିୟା କରିସାରିଛୁ ଏହା ଭୁବନେଶ୍ୱରରେ ବସିଥିବା ଅଧିକାରୀ ମାନେ ହି କରିପାରିବେ ଆମ ହାତରେ କିଛି ନାହିଁ ବୋଲି ସେ ହାତ ଉପରକୁ ଟେକି ଦେଇଛନ୍ତି । ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ପେସ୍କ ଅଧିକାରୀ ଯେଉଁସବୁ ଫର୍ମ ଏଣ୍ଟ୍ରି କରିଛନ୍ତି ସେସବୁ ଭୁଲଅଛି ଓ ସେସବୁକୁ ପୁଣିଥରେ ଏଣ୍ଟ୍ରି କରିକି କାର୍ଯ୍ୟକାରୀ କରାହେବ । ଭୁବନେଶ୍ୱର ଅଫିସ ଠାରେ ତାହା ନହେବା ପର୍ଯ୍ୟନ୍ତ ଏଠି କିଛି କରିହେବ ନାହିଁ ବୋଲି ଜଣା ପଡ଼ିଛି।ସରକାରଙ୍କ ଏହି ଟୋକନ ଓ ଆଇସ୍କାନ ବ୍ୟବସ୍ଥା ଚାଷୀଙ୍କ ପାଇଁ କେତେ ଯେ ଉପଯୋଗୀ ତାହା ଏହି ତେତିଶ ଜଣ ଚାଷୀହିଁ କହି ପାରିବେ ।।ତେବେ ଦେଖଯାଉ ଭୁବନେଶ୍ୱରର ସେଇ ଅଧିକାରୀ ମାନଙ୍କ କେବେ ନିଦ ଭାଙ୍ଗୁଛି। ଦୋଷ କରୁଛି କିଏସେ ଦଣ୍ଡ ପାଉଛି ନୀରିହ ଚାଷୀ । ଏହି ହେଉଛି ବିଜେଡି ସରକାରଙ୍କ ପାଞ୍ଚ ଟି କାର୍ଯ୍ୟକ୍ରମର ସଫଳତା ବୋଲି ଚାଷୀମାନେ କହନ୍ତି ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ