 |
Delang |
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର କେନ୍ଦ୍ରେଶ୍ୱରୀ ସେବା ସମବାୟ ସମିତି ଓ ଚନ୍ଦ୍ରକୋଟ ସେବା ସମବାୟ ସମିତିରେ ଧାନ ମଣ୍ଡି ଖୋଲିଯାଇଛି । କେନ୍ଦ୍ରେଶ୍ୱରୀ ସେବା ସମବାୟ ସମିତି ପରିସରରେ ଧାନ ମଣ୍ଡିକୁ ପୁରୀ ନିମାପଡା ସମ୍ବଳିତ ବ୍ୟାଙ୍କର ନିର୍ଦ୍ଦେଶକ ବୈରାଗୀ ଜେନା, ସମ୍ପାଦକ ଦୀପକ କୁମାର ପରିଡା, ସୁପରଭାଇଜର ଶ୍ୟାମ ସୁନ୍ଦର ମୁଦୁଲି ଓ ପ୍ରଫୁଲ କୁମାର ସ୍ୱାଇଁ , ସମବାୟ ସହ ନିବନ୍ଧକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଉପସ୍ଥିତିରେ ଧାନ ମଣ୍ଡି ଉଦଘାଟନ ହୋଇଯାଇଛି । ଉକ୍ତ ସମବାୟ ସମିତିରେ ୧୫୯୯ ଜଣ ଚାଷୀଙ୍କୁ ଟୋକନ ଦିଆଯାଇଥିବା ବେଳେ ୧୬ଶହ କୁଇଣ୍ଟାଲ ଧାନ କିଣିବା ପାଇଁ ଧାର୍ଯ୍ୟ ହୋଇଛି । ପ୍ରଥମ ଦିନରେ ୨୧ ଜଣ ଟୋକନ ପାଇଥିବା ଚାଷୀଙ୍କ ଠାରୁ ୧୪୯ କୁଇଣ୍ଟାଲ ଧାନ କିଣା ଯାଇଥିବା ଶାଖା ପରିଚାଳକ ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ଠାରୁ ପ୍ରକାଶ । ସେହିପରି ଚନ୍ଦ୍ରକୋଟ ସମବାୟ ସମିତିରେ ପ୍ରଥମ ଦିନରେ ୨୧ ଜଣ ଚାଷୀଙ୍କ ଠାରୁ ୧୫୦ କୁଇଣ୍ଟାଲ ଧାନ କିଣାଯାଇଛି ବୋଲି ସୁପରଭାଇଜର ପ୍ରଫୁଲ କୁମାର ସ୍ୱାଇଁଙ୍କ ଠାରୁ ପ୍ରକାଶ । ଏହି ଧାନ ମଣ୍ଡିକୁ ସମବାୟ ନିର୍ଦ୍ଦେଶକ ବୈରାଗୀ ଜେନା,ସମବାୟ ସହ ନିବନ୍ଧକ ପ୍ରକାଶ ଚନ୍ଦ୍ର ସେଠୀ, ସ୍ଥାନୀୟ ସରପଞ୍ଚ ବିଣାପାଣି ମହାପାତ୍ର, ସମ୍ପାଦକ ପାର୍ବତୀ ଭୋଳ, ସୁପରଭାଇଜର ଶ୍ୟାମ ସୁନ୍ଦର ମୁଦୁଲି ଓ ପ୍ରଫୁଲ କୁମାର ସ୍ୱାଇଁ , ସଭାପତି ପ୍ରଫୁଲ ପରିଡା, ରବିନାରାୟଣ ତାଡ ଓ ସୁରେନ୍ଦ୍ର ପଟ୍ଟନାୟକଙ୍କ ଚାଷୀ ମାନଙ୍କ ଉପସ୍ଥିତିରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ଚାଷୀ ମାନେ ତୁରନ୍ତ ଧାନ ଆଣି ସରକାର କରିଥିବା ନିୟମ ଅନୁସାରେ ଧାନ ବିକ୍ରୟ କରି ଫାଇଦା ଉଠାଇବାକୁ ପୁରୀ ନିମାପଡା ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଶ୍ରୀ ଜେନା କହିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି