Breaking News

ଆଜି ବି ଶିଶୁକନ୍ୟା ଅଲୋଡା

 ପୁରୀ------ଆଜି ବି ଶିଶୁକନ୍ୟା ଅଲୋଡା ପାଲିଟିଛି। ରାଜ୍ୟ ସରକାରଙ୍କ ସମସ୍ତ ସଚେତନତା ଓ କନ୍ୟା ଯୋଜନା ସବୁ ଫେଲ ମାରିଛି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ବଡ ଡାକ୍ତରଖାନା  ରେ । ଡାକ୍ତରଖାନା ବ୍ଳଡ ବ୍ୟାଙ୍କ ସମ୍ମୁଖ ଏଟିଏମ ପାଖରେ  ଶିଶୁକନ୍ୟାକୁ କିଏ ଛାଡିଚାଲିଯାଇଛି। ଶିଶୁକନ୍ୟାକୁ ଅତିଯତ୍ନରେ  ସଜାଇବା ସହ ସୁନ୍ଦର ଭାବେ ଡ୍ରେସ ପିନ୍ଧା ଯାଇଛି ।ତାପରେ ତାକୁ କିଏ ଛାଡିଚାଲିଯାଇଛି ବୋଲି ଅନୁମାନ କରାଯାଉଛି । କିଛି ସହାୟିକା ତାକୁ ଉଦ୍ଧାର କରିଥିଲେ। ପରେ ଚାଇଲଡ ଲାଇନ୍ ନେଇ ଶିଶୁକନ୍ୟାଟିର ଚିକିତ୍ସା କରୁଥିବା ଜଣାପଡିଛି |

 J Sehti
Puri
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts