Breaking News

ସଡ଼କ ସୁରକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କ ଅଭିନବ ପ୍ରୟାସ



ନୟାଗଡ଼ ----- ସଡ଼କ ସୁରକ୍ଷା,ଜୀବନ ରକ୍ଷା।ବାସ୍ତବିକ ଉକ୍ତିଟିର ଯଥାର୍ଥତା ଅନନ୍ୟ। ତଥାପି ବ୍ୟସ୍ତବହୁଳ ସମାଜ ଏହାକୁ ଅଣଦେଖା କରିଚାଲିଛି।ଏହାକୁ ଉପଲବ୍ଧି କରି କୁନିକୁନି ଛାତ୍ରଛାତ୍ରୀମାନେ ସଡ଼କ ସୁରକ୍ଷାର ପରିକଳ୍ପନା କରିବା ବାସ୍ତବିକ କଳ୍ପନାତିତ।
ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ, ଓଡିଶା ଆଦର୍ଶ ବିଦ୍ୟାଳୟ ନୋତ୍ତର,ନୟାଗଡ଼ର ଛାତ୍ରଛାତ୍ରୀମାନଙ୍କ ତରଫରୁ ଏକ ସଚେତନତା ମୂଳକ ଅଡିଓ ଭିଜୁଆଲ ପ୍ରସ୍ତୁତ କରାଯାଇଛି।  ଯାହାକି ୟୁଟୁବରେ ଖୁବ୍ ଲୋକାଦୃତ ହେବାରେ ଲାଗିଛି ।ଏହାକୁ ଛାତ୍ରଛାତ୍ରୀମାନଙ୍କ ଅନୁରୋଧକ୍ରମେ ପରିକଳ୍ପନା କରିଛନ୍ତି ଅଧ୍ୟକ୍ଷା ଜ୍ୟୋତ୍ସ୍ନା ନାୟକ। ଗୀତ ରଚନା କରିଛନ୍ତି ବିଭୁ ପ୍ରସାଦ ସାହୁ।ସଙ୍ଗୀତ ଏବଂ ନିର୍ଦ୍ଦେଶନା ଦେଇଛନ୍ତି କୁରେଶ ଚନ୍ଦ୍ର ସାହୁ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗୀତଟି ଗାଇବା ସହିତ ଅଭିନୟ ମଧ୍ୟ କରିଛନ୍ତି।ଏମାନଙ୍କ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା।ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ସହ ନୂତନ ମୋଟର ଯାନ ଆଇନ ସମ୍ପର୍କରେ ଅବଗତ କରାଇବା।କୁନିକୁନି ଛାତ୍ରଛାତ୍ରୀମାନଙ୍କ ଏଭଳି ପ୍ରୟାସକୁ ଭୁୟସୀ ପ୍ରଶଂସା କରିଛନ୍ତି ଜନସାଧାରଣ। ଆଜିର ଆଧୁନିକ ସମାଜରେ ଯୁବକ ଯୁବତୀ, ଲୋକମାନଙ୍କ ପାଖରେ ସମୟ ନାହିଁ । ସମସ୍ତେ ବ୍ୟସ୍ତ ରହୁଛନ୍ତି ଇଣ୍ଟରନେଟ ରେ ।ଏହାକୁ ଲକ୍ଷ୍ୟ କରି ବିଶେଷ କରି ସୋସିଆଲ ମିଡିଆ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇ ଲୋକପ୍ରିୟତା ହାସଲ କରିଛନ୍ତି। 
ନୟାଗଡ଼ ଜିଲ୍ଲାରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts