କୋଣାର୍କରେ ନିର୍ମାଣ ହେବ ନୂତନ ସୂର୍ଯ୍ୟମନ୍ଦିର; ଖର୍ଚ୍ଚ ହେବ ଦୁଇ ଶହ କୋଟି ଟଙ୍କା ,ଦୁଇ ବର୍ଷରେ ମଧ୍ୟରେ ନିର୍ମାଣ ଶେଷ- ଓମ ବାବା
କୋଣାର୍କ---- ଅର୍କକ୍ଷେତ୍ର କୋଣାର୍କରେ ନୂତନ ସୂର୍ଯ୍ୟମନ୍ଦିର ନିର୍ମାଣ ପାଇଁ ପରିକଳ୍ପନାର ଅୟମାରମ୍ଭ ହୋଇଛି । ଓଡିଶାର କଳା ଓ ଭାସ୍କର୍ଯ୍ୟର ସୂକ୍ଷ୍ମ କାରୁକାର୍ଯ୍ୟ ପରିପୂର୍ଣ କୋଣାର୍କର ସୂର୍ଯ୍ୟମନ୍ଦିର ବିଶ୍ୱରେ ବିସ୍ମୟ ସୃଷ୍ଟି କରିଛି । ଯାହାକୁ ନେଇ ଗର୍ବ କରନ୍ତି ପ୍ରତ୍ୟେକ ଓଡିଆ । ମନ୍ଦିରର ପ୍ରତିଟି ପଥରରେ ଖୋଦିତ ହୋଇଛି ଜୀବନ୍ତ ପ୍ରତିଛବି । ଏହାକୁ ଦେଖିବାକୁ ବିଶ୍ୱର କୋଣ ଅଣୁକୋଣରୁ ପର୍ଯ୍ୟଟକ ମାନେ ଏଠାକୁ ଧାଇଁ ଆସନ୍ତି । ହେଲେ ଏଠାରେ ସକଳଶକ୍ତିର ଆଧାର ସୂର୍ଯ୍ୟ ନାରାୟଣଙ୍କ ପୂଜା ହେଉନଥିବା ଦେଖି ଘୋର ଅସନ୍ତୋଷ ବ୍ୟକ୍ତ କରିଥାନ୍ତି । ଏହାକୁ ନଜରରେ ରଖି ଏଠାରେ ନୂତନ ସୂର୍ଯ୍ୟମନ୍ଦିର ନିର୍ମାଣ କରି ମନ୍ଦିରରେ ସୂର୍ଯ୍ୟ ପୂଜା ପାଇଁ ଆଗେଇ ଆସିଛନ୍ତି ସ୍ୱାମୀ ଶ୍ରୀ ଓମ ବାବା । ସୋମବାର ପୂର୍ବାହ୍ନରେ କୋଣାର୍କ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟେଜନ କରି ସୂର୍ଯ୍ୟମନ୍ଦିର ନିର୍ମାଣ ପାଇଁ ସୂଚନା ଦେଇଛନ୍ତି ଓମ ବାବା । ଚନ୍ଦ୍ରଭାଗା ନିକଟସ୍ଥ ୬ଏକର ପରିମିତ ଜମିରେ ନିର୍ମାଣ ହେବ ନୂତନ ସୂର୍ଯ୍ୟ ମନ୍ଦିର । ଏଥିପାଇଁ ରାଜସ୍ଥାନରୁ ମୁଗୁନୀ ପଥରରେ ନିର୍ମିତ ୧୦ଫୁଟ ଉଚ୍ଚତାର ସୂର୍ଯ୍ୟନାରାୟଣଙ୍କ ମୂର୍ତ୍ତ, ମାର୍ବଲ ପଥରରେ ନିର୍ମିତ ଗଣେଷ ମୂର୍ତ୍ତି ଏବଂ ଫାଇବରରେ ନିର୍ମିତ ଦୁଇଟି ଘୋଡା ଏଠାକୁ ଅଣାଯାଇଛି । ଏହି ସୂର୍ଯ୍ୟନାରାୟଣଙ୍କ ବିଶାଳ ପ୍ରତିମୂର୍ତ୍ତକୁ ଆସନ୍ତା ପେବୃୟାରୀ ୧ତାରିଖ ମାଘ ଶୁକ୍ଳ ସପ୍ତମୀ ତିଥୀରେ ପ୍ରତିଷ୍ଠା କରାଯାଇ ପୂଜା ନୀତି ଆରମ୍ଭ କରାଯିବ । ଏତଦବ୍ୟତିତ ଖୁବଶୀଘ୍ର ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ବ ହୋଇ ଦୁଇ ବର୍ଷ ମଧ୍ୟରେ ଶେଷ ହେବ । ମନ୍ଦିରର ସ୍ଥାପିତ ହେବାକୁ ଥିବା ମୂତ୍ତିସବୁ ଏବେ ରାଜସ୍ତାନରେ ନିର୍ମାଣ କରାଯାଉଛି । ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେଲା ପରେ ଓଡିଶା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲ ବାବା ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମଳନୀରେ ଅନ୍ୟମାନଙ୍କ ମଧ୍ୟରେ କୋଣାର୍କ ସୁରକ୍ଷା ସମିତି ସଭାପତି ବାଦଲ ଦାଶ, ଭାଗିରଥି ସ୍ୱାଇଁ, ସୀତାରାମ ବାବା, ରମେଶ ନାୟକ ପ୍ରମୁଖ ଯୋଗଦେଇଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ