Breaking News

କୃଷକର ପୁଅ ପାଇଲେ ଓଏଏସ୍ ; ଗରିବଙ୍କୁ ସଠିକ ନ୍ୟାୟ ଦେବାକୁ ପ୍ରୟାସ କରିବି—ଜନ

କୁଜଙ୍ଗ---- କୁଜଙ୍ଗ ବ୍ଳକ ଅନ୍ତର୍ଗତ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବାଲିଆ ଗ୍ରାମର ଜନୈକ ଗରିବ କୃଷକର ପୁଅ ପ୍ରଥମ ଥରରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱର ସହ ଉତୀର୍ଣ୍ଣ ହୋଇଛନ୍ତି । ବାଲିଆ ଗ୍ରାମର ମାନସ ରଂଜନ ଦଳାଇ ଓ ରାଗିଣୀ ମହାପାତ୍ରଙ୍କ ଏକମାତ୍ର ପୁତ୍ର ଜନ୍ ମେଜର୍ ଦଳାଇ  । ନିଜ ଗ୍ରାମ ବାପୁଜୀ ବିଦ୍ୟାପୀଠ ବାଲିଆ ହାଇସ୍କୁଲରୁ ପାଠ ପଢା ସାରି ଜଗତସିଂହପୁର ମହାବିଦ୍ୟାଳୟ ଶିକ୍ଷା ପରେ ୨୦୧୪ ମସିହାରେ ପଦାର୍ଥ ବିଜ୍ଞାନ ସ୍ନାତକତ୍ତୋର  ହାଇଦରାବାଦ୍ ବିଶ୍ୱ ବିଦ୍ୟାଳୟରେ ସମାପାନ କରି ପିଏଚ୍ଡି କରିବାକୁ ଚାହୁଁଥିଲେ । କିନ୍ତୁ ଗ୍ରାମର କେତକ ଖଳ ପ୍ରକୃତିର ବ୍ୟକ୍ତିଙ୍କ ପ୍ରରୋଚନାରେ ତାଙ୍କର ଘରକୁ  ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରାଯାଇଥିଲା  । ସେଥିରେ ସେ ଭାଙ୍ଗିପଡି ନଥିଲେ ଶ୍ରୀ ଦଳାଇ । ଏଥିପାଇଁ ବଡ କଷ୍ଟରେ ତାଙ୍କ ବାପା ଥାନା, ମାନବ ଅଧିକାର ଆୟୋଗ, ଖାଉଟି ଅଦାଲତ ଓ ପରିଶେଷରେ ହାଇକୋର୍ଟ ଯାଇଥିଲେ । ହାଇକୋର୍ଟରେ ବହୁ ବିଳମ୍ବରେ ରାୟ ପାଇଥିଲେ । ସେଥିପାଇଁ ସିଭିଲ ସର୍ଭିସ ପରୀକ୍ଷାରେ ଯୋଗଦେବାକୁ ୬ରୁ ୮ଘଣ୍ଟା ବିନା କୋଚିଙ୍ଗରେ ଓ ଅନ୍ଲାଇନ ସହଯୋଗରେ ପରିଶ୍ରମ କରି ଓଏସ୍ ପରୀକ୍ଷା ଲାଗି ପ୍ରସ୍ତୁତ ହୋଇଥିଲେ  । ଚଳିତ ଓଏସ୍ ପରୀକ୍ଷାରେ ପ୍ରଥମ ଥରରେ ୧୩୯ ତମ ସ୍ଥାନ ଓ ଏସ୍ିବିସି ବର୍ଗରେ ୧୧ ତମ ସ୍ଥାନ ହାସଲ କରି ଜନ୍ ନିଜ ପାଇଁ ତଥା ପରିବାର ଓ ଗ୍ରାମ ପାଇଁ ଗୌରବ ଆଣିଛନ୍ତି ।  ଗତ ୨୦୦୭ରେ ମାଟ୍ରିକ୍ରେ ଉତିର୍ଣ୍ଣ ହେବା ପରେ କୃଷକ ପିତା ତାଙ୍କୁ ପାଠ ପଢାରେ ଉତ୍ସାହ ଦେଇଥିବା ବେଳେ ମା ରାଗୀଣୀ ଓ ଭଉଣି ଅଧ୍ୟାପିକା ସଂଘମିତ୍ରା ଦଳାଇ ମଧ୍ୟ ପ୍ରେରଣା ଯୋଗାଇ ଆସିଥିଲେ । ଏହି ପରି ଏକ ଗରିବ ଝାଟିମାଟି ଚାଳ ଛପର ଘରେ ରହୁଥିବା କୃଷକ ପରିବାର ପୁଅ ପ୍ରଶାସନିକ ସେବା ପରୀକ୍ଷା ପରି ଏକ ବୃହତ୍ତତ୍ତ ପ୍ରତିଯୋଗୀତା ନିଜ ଘରେ ବିନା ବିଦ୍ୟୁତ୍ ସଂଯୋଗରେ ରହି ପ୍ରସ୍ତୁତି ହେବା ଆଜିର ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରିଙ୍କ ପାଇଁ ଏକ ପ୍ରେରଣା ପାଲଟିଛି । ବାପା ମାନସ ନିଜ ଜମିରେ ଚାଷ କରି ଖରା ଶୀତରେ ହାଡଭଙ୍ଗା ପରିଶ୍ରମ କରନ୍ତି । ହେଲେ ଜୀବନରେ ଯେତେ କଷ୍ଟ ହେଉ ପୁଅକୁ ବଡ ପୁଲିସ ଅଧିକାରୀ କରିବା ତାଙ୍କର ଲକ୍ଷ ରହିଥିଲା । ଏପରିକି ଜନ୍ ମେଜର ଦଳାଇ ନାସା ରେଯୋଗ ଦେବାକୁ ଥିବା ଏକ ପରୀକ୍ଷାରେ ଉତିର୍ଣ୍ଣ ହୋଇଥିଲେ ପିତାଙ୍କ ଆଗହକୁ ଲକ୍ଷ କରି ନିଜ ପ୍ରସ୍ତୁତିକୁ ଯୋରଦାର କରିଥିଲେ । ଆଜିର ଏହି ଫଳ ପ୍ରକାଶ ପାଇବା ପରେ କୁଜଙ୍ଗ ସମେତ ବାଲିଆ ଅଂଚଳରେ ଖୁସି ପ୍ରକାଶ ପାଇଥିବା ବେଳେ ମାନସଙ୍କ ପରିବାରେ ଖୁସି କହିଲେ ନସରେ । ଏହି ସମ୍ପର୍କରେ ଜନ୍ ମେଜର ଦଳାଇଙ୍କୁ ପଚାରିବାରେ ସେ କହନ୍ତି ତାଙ୍କର ଭବିଷ୍ୟତ ଲକ୍ଷ ଆଇଏଏସ୍  । ମାତ୍ର ଏହି ପରୀକ୍ଷାରେ ସେ ପୁଲିସ ସେବାରେ ସୁଯୋଗ ପାଇଥିବାରୁ ସେ ଖୁସି  । ଓଏସ୍ ଭାବରେ ସେ ପ୍ରଥମ ଜନଅଭିଯୋଗ ପାଇ ତୁରନ୍ତ ଫଇସଲା କରିବା ସଙ୍ଗେ ସଙ୍ଗେ ପ୍ରକୃତ ଗରିବଙ୍କୁ ଉଚିତ୍ ସମୟରେ ନ୍ୟାୟ ମିଳିପାରିବ ସେଥିପାଇଁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି ।  ଗ୍ରାମର ଶାରଦା ପ୍ରସନ୍ନ ସ୍ୱାଇଁ, କେଦାର ଚରଣ ସ୍ୱାଇଁ, ବାସୁଦେବ ସ୍ୱାଇଁ କେଶବ ଚରଣ ସ୍ୱାଇଁ, ଦ୍ୱିପକ ରଞ୍ଜନ ସ୍ୱାଇଁ ପ୍ରମୁଖ ଆନ୍ତରିକ ଶୁଭେଛା ଜଣାଇଛନ୍ତି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର

Blog Archive

Popular Posts