Breaking News

ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପରେ ସୂର୍ଯ୍ୟମନ୍ଦିର ଚତୃପାଶ୍ୱର୍ ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା

କୋଣାର୍କ----  ସୋମବାର ଅପରାହ୍ନରେ ରାଜ୍ୟ ପ୍ରଶାସନର ବରିଷ୍ଠ ପଦାଧିକାରୀମାନେ କୋଣାର୍କ ଗସ୍ତରେ ଆସି ସୂର୍ଯ୍ୟମନ୍ଦିରର ପାରିପାଶ୍ୱିର୍କ ଭିତ୍ତିଭୂମି ପରିଦର୍ଶନ କରିବା ସହିତ ସାମ୍ପ୍ରତିକ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିବା ଜଣାପଡିଛି । ବିଶ୍ୱଐତିହ୍ୟ କୋଣାର୍କ ମନ୍ଦିର ନିମନ୍ତେ ଏକ ସୁଦୂରପ୍ରସାରୀ ବିକାଶ ଯୋଜନା ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ମନ ବଳାଇଥିବା ପ୍ରଶାସନିକ ଅଧିକାରୀମାନଙ୍କ ଆଜିର କୋଣାର୍କ ଗସ୍ତ କାର୍ଯ୍ୟକ୍ରମରୁ ସୂଚନା ମିଳିଛି । ଅପରାହ୍ନ ୩ଟାରେ ପୂର୍ତ୍ତ ସଚିବ କିଶନ କୁମାର, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ଏଏସ୍ଆଇର ଭୁବନେଶ୍ୱର ସର୍କଲ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ, ଭାରତୀୟ ତୈଳ ପ୍ରତିଷ୍ଠାନର ସିଇଓ ସୁବ୍ରତ ବର୍ମା ଓ ପୁରୀର ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ  ପ୍ରମୁଖ ସୂର୍ଯ୍ୟମନ୍ଦିରର ଚତୁପାଶ୍ୱର୍ରେ ଥିବା ଜବରଦଖଲ ସମସ୍ୟାର ଅନୁଧ୍ୟାନ କରିଥିଲେ । ବିଶ୍ୱଐତିହ୍ୟ ସୂର୍ଯ୍ୟ ମନ୍ଦିରର ମୁଖ୍ୟ ପ୍ରବେଶ ପଥର ଉଭୟ ପାଶ୍ୱର୍ର ନିଷିଦ୍ଧାଞ୍ଚଳକୁ ଜବର ଦଖଲ କରି ହସ୍ତଶିଳ୍ପ ବ୍ୟବସାୟ କରୁଥିବା ବ୍ୟବସାୟୀମାନଙ୍କୁ ଅନ୍ୟତ୍ର ଥଇଥାନ କରାଯିବା ସମ୍ପର୍କରେ ପ୍ରଶାସନକୁ ଅବଗତ କରାଯାଇଥିଲା  ଏଥିସହ ଭାରତୀୟ ତୈଳ ପ୍ରତିଷ୍ଠାନ ଦ୍ୱାରା ନିର୍ମିତ ବସ୍ ପାର୍କିଙ୍ଗ, ଅର୍ବାନ ହାଟ, ନବଗ୍ରହ ମନ୍ଦିର ପରିସର, ମେଡିକାଲ ଛକ, ରିଙ୍ଗ ରୋଡ, ଥାନାଛକ ଓ ହେଲିପ୍ୟାଡ୍ ଅଞ୍ଚଳ ପରିଦର୍ଶନ କରିବା ସହିତ ସମ୍ପୃକ୍ତ ଅଞ୍ଚଳରେ ଦେଖାଦେଇଥିବା ଜବରଦଖଲ ସମସ୍ୟା, ପର୍ଯ୍ୟଟକମାନଙ୍କ ଗମନାଗମନ ଓ ଗାଡି ପାର୍କିଙ୍ଗ ସମସ୍ୟା ସମ୍ପର୍କରେ ପ୍ରଶାସନିକ ଅଧିକାରୀମାନେ ଆଲୋଚନା କରିଥିଲେ । ଗଣମାଧ୍ୟମକୁ ଏ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ପୂର୍ତ୍ତ ସଚିବ ଓ ପୁରୀ ଜିଲ୍ଲାପାଳ ଦେଇ ନଥିଲେ ମଧ୍ୟ ପୁରୀ ଓ ଭୁବନେଶ୍ୱର ପରି କୋଣାର୍କ ନିମନ୍ତେ ଏକ ସ୍ୱତନ୍ତ୍ର ବିକାଶ ଯୋଜନା ଖୁବଶିଘ୍ର ପ୍ରସ୍ତୁତ ହେଉଥିବା ପରୋକ୍ଷରେ ସୂଚନା ମିଳିଛି  । ଏଥିପାଇଁ ନିକଟ ଭବିଷ୍ୟତରେ ସୂର୍ଯ୍ୟମନ୍ଦିର ପାରିପାଶ୍ୱିର୍କ ଭିତ୍ତିଭୂମି ସଂଲଗ୍ନ ଅଞ୍ଚଳରେ ବସବାସ ତଥା ବ୍ୟବସାୟ କରୁଥିବା ସ୍ଥାନୀୟ ବାସୀନ୍ଦାଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି  ।  ପ୍ରସ୍ତୁତ ହେଉଥିବା ମାଷ୍ଟରପ୍ଲାନରେ ସୂର୍ଯ୍ୟମନ୍ଦିରଠାରୁ ଅନ୍ୟୁନ ୩୦୦ମିଟର ବ୍ୟାସାର୍ଦ୍ଧ ପରିମିତ ଇଲାକାରୁ ସମସ୍ତ ପ୍ରକାର ନିର୍ମାଣକୁ ହଟାଯାଇ ସମ୍ୃକ୍ତ ଅଞ୍ଚଳରେ ବିକାଶ ଯୋଜନାକୁ ତ୍ୱରାନ୍ୱିତ କରାଯିବାର ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି  ।  ଏହି ଅବସରରେ ଭାରତୀୟ ତୈଳ ପ୍ରତିଷ୍ଠାନର ସମୋନୟ ଅଧିକାରୀ ସନ୍ତୋଷ ଦାସ, କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଏମ୍. ଶ୍ରୀନିବାସ, ଗୋପ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ, ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି କୋଣାର୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଉପରିସ୍ଥ ପଦାଧିକାରୀଙ୍କୁ ଅବଗତ କରାଇଥିଲେ ।
 କୋଣାର୍କରୁ ଅଜିତ କୁମାର ମଲିକ
           

Blog Archive

Popular Posts