Breaking News

ଶିଶୁ ମହିଳା ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କର ସତ୍ୟବାଦୀ ଗସ୍ତ

 ସାକ୍ଷୀଗୋପାଳ  -----ସତ୍ୟବାଦୀ ବ୍ଳକରେ ଶିଶୁ ମହିଳା ବିକାଶ ମନ୍ତ୍ରୀ ଟୁକୁନି ସାହୁ ସୋମବାର ସକାଳେ ପୁରୀ ଯିବା ସମୟରେ ସତ୍ୟବାଦୀ ବ୍ଳକକୁ ଗସ୍ତ କରି କେତକ ଅଙ୍ଗନୱାଡି କେନ୍ଦ୍ର ବୁଲିକି  ଦେଖିଥଲେ  । ସାନ କାଞ୍ଚିଆ, ବଡହାଟ, ମୂଳ ଅଳସାରେ ନିଜସ୍ୱ ଗୃହରେ ଚାଲିଥିବା ଅଙ୍ଗନୱାଡି କେନ୍ଦ୍ରକୁ ଗସ୍ତ କରି ପିଲା ମାନଙ୍କ ପାଠ ପଢ଼ା, ଜଳଖିଆ, ରନ୍ଦାଖାଦ୍ୟ, ଛତୁଆ ଆଦି ସମ୍ପର୍କରେ ବୁଝିଥିଲେ  । ଏପରିକି କେତକ ଗର୍ଭବତୀ, ପ୍ରସ୍ତୁତି ମା ମାନଙ୍କ ସହିତ ଆଲେଚନା କରିଥିବାର ଦେଖାଯାଇଥିଲା  । ଏହି ଗସ୍ତ ସମୟରେ ଡି.ଏସ. ଡ୍ୟୁ,ଓ ପୁଷ୍ପାଞ୍ଜଳି ମହାପାତ୍ର, ସିଡିପିଓ ପ୍ରେମବାଳା ତିପାଠୀ, ସୁପରଭାଇଜର ଦେବକୀ ସାହୁ, ମିତା ନାଗ, ମଧୁସ୍ମିତା , ବ୍ଳକ ଅଧ୍ୟକ୍ଷା ସସ୍ମିତା ସାହୁ, ସୁରେଶ କୁମାର ସାହୁ , ସୁନିଲ କୁମାର ପଣ୍ଡା , ମାତୃ କମିଟି, ଯାଞ୍ଚ କମିଟି, ମହିଳା ଗୋଷ୍ଠୀ  ପ୍ରମୁଖ ଉପସ୍ଥିତ ରହିଥିଲେ  । ସତ୍ୟବାଦୀ ବ୍ଳକକୁ ଏହାଥିଲା ମନ୍ତ୍ରୀଙ୍କର ଦ୍ୱତୀୟ ଗସ୍ତ  । ଅଙ୍ଗନୱାଡି କେନ୍ଦ୍ର ଗୁଡିକ ବୁଲିବା ସମୟରେ ୱାର୍କର ଓ ସିଡିପିଓ, ସୁପରଭାଇଜରଙ୍କ  କାର୍ଯ୍ୟକ୍ରମକୁ ବେଶ ପ୍ରଶାଂସ କରିଥିବାର ଜଣାପଡିଛି  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ

Blog Archive

Popular Posts