ପଲ୍ସସ ପୋଲିଓ ପାଇଁ କମିଟି ଗଠନ
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକରେ ଆସନ୍ତା ୧୯ ତାରିଖରୁ ରାଜ୍ୟ ସରକାରଙ୍କ ପଲସ ପୋଲିଓ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି ୧୯ ତାିରଖଦିନ ପ୍ରତି ସେଣ୍ଟର ମାନଙ୍କରେ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ । ୨୦ ଓ ୨୧ ଦୁିଇଦିନ ପ୍ରତି ଘରକୁ ଘର ବୁଲି ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ସ୍ୱେଚ୍ଛାସେବୀ ମାନେ ପୋଲିଓ ବୁନ୍ଦା ଶିଶୁ ମାନଙ୍କୁ ଦେବେ । ଏହି ଅବସରରେ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଭାଗୃହ ପରିସରରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଡିଓ ସରୋଜ କୁମାର ଦତ୍ତ, ମେଡିକାଲ ଇନିଚାର୍ଯ୍ୟ ସିଦ୍ଦାର୍ଥ ଦାସ ଓ ଅନ୍ୟ ଡାକ୍ତର ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ପୃଣ୍ଣାନନ୍ଦ ତ୍ରିପାଠୀ