ଘରେ ଲଗାଇ ଦେଲେ ନିଆଁ ଥାନାରେ ଅଭିଯୋଗ
ସାକ୍ଷୀଗୋପାଳ ----- ସତ୍ୟବାଦୀ ଥାନା ଅନ୍ତର୍ଗତ ସାଣ୍ଢାରା ଗ୍ରାମ ପଞ୍ଚାୟୟର ମଝିକେରା ଗ୍ରାମରେ ରିତା ବରାଳଙ୍କ ଘରେ ଦୁବୁର୍ତ୍ତ ମାନେ ନିଆଁ ଲଗାଇ ଦେଇଛନ୍ତି ବୋଲି ସେ ଥାନାରେ ଅଭିଯୋଗ କରିଛନ୍ତି । ରିତାଙ୍କ ସହିତ ଅନେକ ଦିନ ହେବ ଏକ ପରିବାର ମାରଧର କରିବା ସହ ଘରେ ରଖାଇ ଦେଉନଥିଲେ । ଆଜି ରିତା ଝିଅକୁ ଧରି ସାକ୍ଷୀଗୋପାଳ ଥାନାକୁ ଆସିବା ସମୟରେ ଦୁବୁର୍ତ୍ତ ମାନେତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ବୋଲି ରିତା ଥାନାରେ ଅଭିଯୋଗ କରିଛନ୍ତି । ପୂର୍ବଶ୍ରତୁତାକୁ କେନ୍ଦ୍ର କରି ଅନେକ ଦିନ ହେବ ପଡିଶା ଘର ରିତାକୁ ନଜରବନ୍ଦି କରି ରଖିଥଲେ । ରିତା ସେମାନଙ୍କ ନଜରରୁ ଖସି ସତ୍ୟବାଦୀ ଥାନାରେ ଅଭିଯୋଗ କରିବାକୁ ଆସିବା ସମୟରେ ତାଙ୍କ ଘରେ ଅଗ୍ନିକାଣ୍ଡ ଘଟି ଯାଇଛି । ଯାହା ଫଳରେକି ତାଙ୍କର ଲୁଗାପଟା, ଧାନ, ଚାଉଳ ସବୁ ପୋଡି ଯାଇଛି । ଖବର ପାଇ ସତ୍ୟବାଦୀ ଅଗ୍ନିଶମ ବିଭାଗର ଦୁଇଟି ଗାଡି ଯାଇ ନିଆଁକୁ ଆୟତ୍ତ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି