 |
Jagatasinghpur |
କୁଜଙ୍ଗ-----ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଲର ସେବା ସମବାୟ ସମିତି ପରିସରରେ ସରକାରୀ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଏଆରସି ପ୍ରତିନିଧି ରଞ୍ଜିତ କୁମାର ସାହୁ ଓ ସମିତିର ସଭାପତି କେଳୁଚରଣ ଦଳାଇ ଏହି ମଣ୍ଡିକୁ ଉଦ୍ଘାଟନ କରିଥିଲେ । ସମିତିର ସମ୍ପାଦକ କେଦାର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପରିଚାଳନା ବୋର୍ଡ ସଭ୍ୟ ବିଜୟ କୁମାର ରାଉତ, ସଞ୍ଜୟ ଦାସ, ଲକ୍ଷ୍ମୀଧର ରାଉତ, ବିଜୟ ସାହୁ, ପ୍ରଭାତ ସାହୁ, ରୋଜେଶ ଭୂୟାଁ, ତ୍ରିଲୋଚନ ସାହୁ, ବାବୁରାମ ମଲ୍ଲିକ, ସଞ୍ଜୟ ମଲ୍ଲିକ, ଉପସଭାପତି କମଳା କୁମାରୀ ଦାସ, ବିଜୟ ଦାସ, ରାଜୀବଲୋଚନ ଓଝା, ସୁସାନ୍ତ ଆଚାର୍ଯ୍ୟ, ରବିନ୍ଦ୍ର ରାୟ, ଅମୀୟ ସାହୁ, ଧ୍ରୁବବରଣ ହୋତା, ସନ୍ତୋଷ ରାଉତ, ବିକାଶ ରାଉତ, ପ୍ରହଲାଦ ମିଶ୍ର ସମେତ ବହୁ ଚାଷୀ ଓ କ୍ରୟ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର