 |
bari |
ବରୀ----ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ ନେଉଳା ସ୍ଥିତ ମା ରମାଦେବୀ ବାଳିକା ବିଦ୍ୟାଳୟର ଖେଳ ପଡିଆରେ ଶନିବାର ନ ଯବାନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପନ ଦିବସରେ ବରୀ ବିଧ୍ୟାୟିକା ସୁନନ୍ଦ ଦାସ ମୁଖ୍ୟ ଅତିଥିଭାବେ ଯୋଗ ଦାନକରିଥିଲେ । ଉଦ୍ଯାପିତ ଦିବସରେ ପ୍ରଥମେ ଟସ୍ ଜିଣି ଏସବିସିଟି ଏରଡା ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୨ ଓଭରରେ ଖେଳି ୧୨୩ ରନ୍ ସଂଗ୍ରହ କରିଥିଲା । ଏହାର ଜବବରେ ହଳଦୀଅଣ୍ଟା ସମସ୍ତ ଉଇକେଟ ହରାଇ ୬୨ ରନ୍ ସଂଗ୍ରହ କରିଥିଲେ । ଏସବିସିଟି ଏରଡା କ୍ରିକେଟ କ୍ଳବ ଚମ୍ପିଆନ ହୋଇଥିଲା । ୟାକୁବ ଅକତର ଓ ଅବଦସନୁକ୍ସ ଖେଳ ପରିଚାଳନା କରିଥିଲେ । ସ୍କୋରର ମୁସ୍ତାକ ,ଭାସ୍ୟକାରଭାବେ ଯୁଗଳ କିଶୋର ପରଡା ରହିଥିଲେ । ଚମ୍ପିଆନ ଦଳ ଏସବିସିଟି ଏରଡାକୁ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଓ ସମିତି ସଭ୍ୟା ଅନ୍ନପୂର୍ଣ୍ଣା ମହାନ୍ତି ଟ୍ରଫି ପ୍ରଦାନ କରିଥିଲେ । ସେକ ରସିଦ ଖାଁ, ନୁରୁ ଉଦ୍ଦିନ,ସେକ ବାବୁ ଉଦ୍ଦିନ, ଦିଦାର ଖାଁ, ରମଜାନଖାଁ,ବାବୁ ଖାଁ ,ଡାବୁ ଖାଁ ,ମାୟା ଖାଁ ,ସାଜିତ ଖାଁ ,ଅରସଦ ଖାଁ ଏସ କେ ରହିମ ଉଦ୍ଦିନ ପ୍ରମୁଖ ଖେଳ ପରିଚାଳନାରେ ସହ ଯୋଗ କରିଥିଲେ ।
ବରୀରୁ ଦର୍ଶନ ବେହେରା