 |
jagatasinghpur |

କୁଜଙ୍ଗ ---- କୁଜଙ୍ଗ ବ୍ଲକ ଅନ୍ତର୍ଗତ କାଳିଆପାଟଠାରେ ହାପି କ୍ଲବର ସଭାପତି ବାବସ ରାଉତଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ବାର୍ଷିକ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗୀତା ପାଇଁ ଲଟେରୀ ଉଠାଣ ଅନୁଷ୍ଠିତ ହୋଇଯାଇଛି । କଳା, ସାହିତ୍ୟ କ୍ଷେତ୍ରରେ ହାପି କ୍ଲବର ତରଫରୁ ଉଲ୍ଲେଖନୀୟ କାର୍ଯ୍ୟକ୍ରମ କରାଯାଉଥିବାରୁ ହାପି କ୍ଲବର ସଦସ୍ୟ ମାନଙ୍କୁ ପ୍ରଶଂସାର ସୁଅ ଛୁଟୁଛି । ଏହା ସହିତ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ମାନ ହାପି କ୍ଲବ୍ ହାତକୁ ନେଇଛି । ହାପି କ୍ଲବ ତରଫରୁ ବିଭିନ୍ନ ପଞ୍ଚାୟତ ଓ ଗ୍ରାମର ମୁରବୀଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ମାନିତ କରାଯାଇଥିଲା । ଉକ୍ତ ମୁକ୍ତ ମଞ୍ଚ ନାଟକର ପ୍ରତିଯୋଗୀ ଥିବା ୫ଟି ଟିମ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ମାନିତ କରାଯାଇଥô୍ଲା । ଆସନ୍ତା ମାର୍ଚ୍ଚ ମାସ ୨ ତାରିଖରୁ ୬ ଦିନ ବ୍ୟାପୀ ଏହି ମୁକ୍ତ ମଞ୍ଚରେ ନାଟକର ମହାକୁମ୍ଭ ଅନୁଷ୍ଠିତ ହେବ ବୋଲି କ୍ଲବ୍ର ସଭାପତି ବାବସ ରାଉତ ଘୋଷଣା କରିଛନ୍ତି । କ୍ଲବର ସଦସ୍ୟମାନଙ୍କୁ ଶୃଙ୍ଖଳାଗତ ଭାବେ କାର୍ଯ୍ୟକ୍ରମ ତୁଲାଇବାକୁ ସଭାପତି ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ତ୍ରିଭୁବନ ଜୟସିଂ, ଅଜୟ ରାଉତ, ପ୍ରଭଞ୍ଜନ ରାଉତ, ଜିଲ୍ଲା ପରିଷଦ ସଭ୍ୟା ସୁଶ୍ରୀ ପ୍ରିୟଦର୍ଶୀନି, ସମିତି ସଭ୍ୟା ପୁଷ୍ପଲତା ବେହେରା, ଉପସଭାପତି ଦିପ୍ତୀକାନ୍ତ ବେହେରା, ସମ୍ପାଦକ ସବୀର କୁମାର ରାଉତ, ସହ ସମ୍ପାଦକ ପ୍ରଦୀପ୍ତ କୁମାର ରାଉତ, କୋଷାଧ୍ୟକ୍ଷ ସତ୍ୟବ୍ରତ ମାଝୀ, ସହ କୋଷାଧ୍ୟକ୍ଷ ଦେବେନ୍ଦ୍ର ପରିଡାଙ୍କ ସମେତ କ୍ଲବ୍ର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର