ଡେଲାଙ୍ଗ କୋଠବାଡ ସମବାୟ ସମିତିରେ ଧାନ ମଣ୍ଡି ଖୋଲିଲା
ଡେଲାଙ୍ଗ --- ଡେଲାଙ୍ଗ ହାଟ ବଜାର ସ୍ଥିତ ଡେଲାଙ୍ଗ କୋଠ ବାଡ ସମବାୟ ସମିତି ପରିସରରେ ସରକାରୀ ଧାନ ମଣ୍ଡି ଖୋଲିଛି । ପୁରୀ ନିମାପଡା ସମବାୟସମିତି ବ୍ୟାଙ୍କର ନିଦ୍ଦେର୍ଶକ ବୈରାଗୀ ଜେନା ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ନଡିଆ ବାଡେଇ ଧାନ ମଣ୍ଡି ଉଦଘାଟନ କରିଥିଲେ । ସଠିକ ଚାଷୀ ମାନଙ୍କ ଠାରୁ ଧାନ କିଣିବା ସହ ମଣ୍ଡିରୁ ୨୪ ଘଣ୍ଟା ମଧ୍ୟରେ ଧାନ ଉଠିବା ସହ ଚାଷୀ ମାନଙ୍କ ଆକାଉଣ୍ଟକୁ ତୁରନ୍ତ ଅର୍ଥ ଯିବାର ବ୍ୟବସ୍ଥା କରିବା ପାଇଁ ଅତିଥି ମାନେ ମତ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ସୁଜନପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିପିନି ବିହାରୀ ନରେନ୍ଦ୍ର, ସାଉରିଆ ଗ୍ରାମ ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଦୁର୍ଯ୍ୟୋଧନ ସାହୁ, ଡେଲାଙ୍ଗ କୋଠବାଡର ପୂର୍ବତନ ସରପଞ୍ଚ ଲୋକନାଥ ବେହେରା, ବିଜୟ କୁମାର ମହାନ୍ତି ଓ ଗଡ ମୋଟରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ରମଣି ରଞ୍ଜନଚମ୍ପତ୍ତିରାୟ, ସବେଶ୍ୱର ପ୍ରଧାନ, ଦୁଷ୍ମନ୍ତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । ସୁପରଭାଇଜର ଶ୍ୟାମ ସୁନ୍ଦର ମୁଦୁଲି ଓ ପ୍ରଫୁଲ କୁମାର ସ୍ୱାଇଁ ଚାଷୀ ମାନଙ୍କୁ ଟୋକନ ପ୍ରଦାନ କରିବା ସହ ଧାନ ଉଠିବାର ସୁବନ୍ଦୋବତ୍ସ କରିଥିଲେ । ସେହିପରି ସୁଜନପୁର ଗ୍ରାମ ପଞ୍ଚାୟତର ପ୍ରଗତି ସମବାୟ ସମିତିରେ ମଧ୍ୟ ଧାନ ମଣ୍ଡି ଖୋଲିଥିବାର ଜଣାପଡିଛି । ପ୍ରଥମ ଦିନରେ ପ୍ରାୟ ୧୪ ଜଣ ଚାଷୀଙ୍କ ଠାରୁ ୪୫୬ କୁଇଣ୍ଟାଲ ଧାନ କିଣାଯାଇଥିବା କୋଠବାଡ ସମିତିର ସମ୍ପାଦକ ବଙ୍ଗୁ ରାଉତରାୟଙ୍କ ଠାରୁ ସୁଚନା ମିଳିଛି । ଅଭିରାମ ରାଇସ ମିଲ ଏହି ଧାନ ଉଠାଇଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି