Breaking News

ବାଲିଗୁଡା ରେ ୩୧ ତମ ସଡ଼କ ସୁରକ୍ଷା ଦିବସ ପାଳିତ


 କନ୍ଧମାଳ-----ବାଲିଗୁଡା ସହର ଉପଖଣ୍ଡ ରେ ସଡ଼କ ସୁରକ୍ଷା ନିମନ୍ତେ ଏକ ରୋଡ ସୋର ଆୟୋଜନ କରାଯାଇଥିଲା । ସ୍ଥାନୀୟ ବାଲିଗୁଡା ଉପ ଜିଲ୍ଲା ପାଳ ଏବଂ ଜିଲ୍ଲା ପରିଵହନ ଅଧିକାରି ଗତି କୃଷ୍ଣ ସାମନ୍ତରାୟ ଙ୍କ ନେତୃତ ରେ ବିଭିନ୍ନ ଶିକ୍ଷାନୂଷ୍ଟiନ ର ଛାତ୍ର ଛାତ୍ରୀ ମାନଙ୍କୁ  ନେଇ ଏହି ରାଲି ଆୟୋଜିତ ହୋଇ ଥିଲା । ସ୍ଥାନୀୟ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ସହିତ ନିଜର ସୁରକ୍ଷା ନିମନ୍ତେ ବିଭିନ୍ନ ସଚେତନତା  ବାର୍ତା ସ୍ଲୋଗାନ ଓ ପୋଷ୍ଟର ଏବଂ ଲିଫଲେଟ ଦ୍ଵାରା ଜନସାଧାରଣ କୁ ସଚେତନ କରାଇଥିଲେ ।  ପରିବହନ ବିଭାଗ ର ଅଧିକାରିଙ୍କ ପଦକ୍ଷେପକୁ ଜନସାଧାରଣ ଓ ବୁଦ୍ଧିଜୀବୀ ମାନେ ସ୍ବାଗତ ଜଣେବା ସହ ସାଧୁ ବାଦ ଜଣେଇଥିଲେ। କନ୍ଧମାଳ ରୁ ମନୋଜ କୁମାର ପଣ୍ଡା

Blog Archive

Popular Posts