Breaking News

ଲରମ୍ଭା ମହାବିଦ୍ୟାଳୟର ୫୫ତମ ବାର୍ଷିକୋତ୍ସଵ....


 ବରଗଡ଼----- ବରଗଡ଼ ଜିଲ୍ଲା ଲରମ୍ଭା ମହା ବିଦ୍ୟାଳୟର ଅଧ୍ୟକ୍ଷ ଡା ନରେନ୍ଦ୍ର କୁମାର ବେହେରାଙ୍କ ସଭାପତିତ୍ୱ ରେ ୫୫ତମ ବାର୍ଷିକୋତ୍ସଵ ଅନୁଷ୍ଠିତ ହୋଇଯାଇଛି।  ମୁଖ୍ୟ ଅତିଥି ଭାବେ ଚକ୍ଷୁ ବିଶେଷଜ୍ଞ ବୁର୍ଲାର ଡା ଗୁଣସାଗର ଦାସ ରହିଥିବାବେଳେ ସମ୍ବାନୀତ ଅତିଥିଭାବେ ପଦ୍ମଲୋଚନ ପଣ୍ଡା ଉପାଧ୍ୟକ୍ଷ ପ୍ରଫେସର ରତନ କୁମାର ଶର୍ମା,ଉପ ସଭାପତି ଜୟ କୁମାରୀ ମିଶ୍ର ଉପସ୍ଥିତ ଥିଲେ। ଚଳିତ ବର୍ଷ ବ୍ରଜମୋହନ ସମ୍ବାନ ୨୦୨୦ ଡ ପ୍ରହଲ୍ଲାଦ ଶତପଥୀ ଓ ୨୦୧୯ମସିହା ପାଇଁ ଡ଼ଃ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କୁ ମାନପତ୍ର ସହ ନଗଦ ୧୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଡ଼ଃ ତ୍ରିପାଠୀ ଡେରାଡୁନରେ ଥିବାରୁ ତାଙ୍କ ପୁତୁରା ସାଧୁରାମ ତ୍ରିପାଠୀ ଏହାକୁ ଗ୍ରହଣ କରିଥିଲେ।ଏହି ଉତ୍ସବରେ ପ୍ରଫେସର ଶର୍ମା ଅତିଥି ପରିଚୟ କରିଥିବାବେଳେ ଜୟ କୁମାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଓଡ଼ିଆ ବିଭାଗର ଅଧ୍ୟାପିକା ଡ଼ଃ ଶାନ୍ତିଲତା ବାରିକ ଓ ଡ଼ଃ ଅଜିତ କୁମାର ନାଥ ମାନପତ୍ର ପଠନ କରିଥିବାବେକେ ସୁନିଲ କୁମାର ପ୍ରଧାନ,ହରିଶ ପାତ୍ର, ପଦ୍ମନାଭ ବେହେରା,ସତ୍ୟପ୍ରକାଶ ସାହୁ ପୁରସ୍କାର ବିତରଣ ଉତ୍ସବରେ ସହଯୋଗ କରିଥିଲେ। ଅପରାହ୍ନ ସମୟରେ ଶରତ ପୁଝାରୀ ସାଂସ୍କୃତିକ କଳା ପରିଷଦର ଉପସଭାପତି ଡ଼ଃ ଦିଗାମ୍ବର ଚାନ୍ଦ,ଉପଦେଷ୍ଟା ପବିତ୍ର ମାହାଣା,ପ୍ରମୋଦ ଚନ୍ଦ୍ର ସେଟ ଙ୍କ ସହାୟତାରେ ସମ୍ବଲପୁରୀ ନାଟକ "ଏକଲୁ" ଓ "ଶିଶିଲାଲ ନାଏନ"ଅନୁଷ୍ଠିତ ହୋଇଥିବାବେଳେ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ ହେଇଥିଲା। ମହା ବିଦ୍ୟାଳୟର ଡ଼ଃ ପ୍ରମୋଦ କୁମାର ଭୋଇ,ମନରଞ୍ଜନ ତ୍ରିପାଠୀ,ଡ଼ଃ ଅମ୍ରିତା ସାମନ୍ତ,ଶିଶିର କୁମାର ସାହୁ,ତୋଷରାଜ ଖମାରୀ,ମୁକୁନ୍ଦ ଚରଣ ରଥ,ଆଦିତ୍ୟ ଖମାରୀ, ସିଦ୍ଧେଶ୍ୱର ପ୍ରଧାନ,ଲିଙ୍ଗରାଜ ପୋଢ଼ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts