Breaking News

୧୯୮୫ ବ୍ୟାଚର ବନ୍ଧୁ ମିଳନ ପାଇଁ ପ୍ରସ୍ତୁତି ବୈଠକ

 D bhera
ବରୀ ---- ଯାଜପୁର ଜିଲ୍ଲା  ବରୀ ବ୍ଲକର ସର୍ବପୁରାତନ ଉଚ୍ଚ ବିଦ୍ୟାଳୟ କୃପାସିନ୍ଧୁ ବିଦ୍ୟାଭବନ  । ଏହି ବିଦ୍ୟାଳୟର ୧୯୮୫ ବ୍ୟାଚର ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁ ମିଳନ ଆସନ୍ତା ଅପ୍ରେଲ ମାସ ୧୨ ତାରିଖ ଅନୁଷ୍ଠିତ ହେବ  । ଏଥିପାଇଁ  ଏକ ପ୍ରସ୍ତୁତି ବୈଠକ କଟକ ସ୍ଥିତ ଓସିଏ କ୍ଲବରେ  ଶନିବାର ଅପରାହ୍ନରେ ଆୟୋଜିତ ହୋଇଯାଇଛି  । ଅମର ରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବହୁ ପୁରାତନ ଛାତ୍ର ଯୋଗଦେବା ସହିତ ଏହି କାର୍ଯ୍ୟକ୍ରମକୁ ସରଶ ସୁନ୍ଦର କରିବାକୁ ନେଇ ଆଲୋଚନା କରିଥିଲେ । ଆଲୋଚନା ସମୟରେ ସେହି ସମୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହିତ ବର୍ତମାନର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାମିଲ କରି ସେମାନଙ୍କୁ ସମ୍ମାନୀତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।  ବାହାରେ ରହୁଥିବା ୧୯୮୫ ବ୍ୟାଚର ଛାତ୍ରଛାତ୍ରୀ ମାନେ ଅମରରଞ୍ଜନ ମହାନ୍ତିଙ୍କ ମୋବାଇଲ ନମ୍ବର ୯୪୩୭୦୬୩୩୯୫ରେ ଯୋଗାଯୋଗ କରିବାକୁ ମଧ୍ୟ ନିବେଦନ କରାଯାଇଛି ।  ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ଦାସ, ଅଭୟ କୁମାର ସାମଲ, ବିନୋଦ ଦ୍ୱିବେଦୀ, ଚିତରଞ୍ଜନ ଓଝା, ତାରାକାନ୍ତ ପରିଡା, ଶିବପ୍ରସାଦ ନାୟକ, ଉପେନ୍ଦ୍ର ଜେନା, ପ୍ରଦୀପ ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ ।

 ବରୀରୁ ଦର୍ଶନ ବେହେରା

Blog Archive

Popular Posts