ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତଚ
ନୟାଗଡ଼---- ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଥିବା ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ ହୋଇଯାଇଛି। ପ୍ରାକ୍ତନ ଗୋଷ୍ଠୀ ଶିକ୍ଷାଧିକାରୀ ଦାମୋଦର ଖିଲାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।ଶିକ୍ଷାବିତ ଦିବାକର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କ୍ରୀଡ଼ା ହିଁ ମଣିଷକୁ ପୂର୍ଣାଙ୍ଗ କରି ଗଢ଼ି ତୋଳେ ବୋଲି ମତବ୍ୟକ୍ତ କରିଥିଲେ।ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାନ୍ତିପ୍ରିୟା ଦେବୀ ସମସ୍ତଙ୍କୁ ଜଣେ ଜଣେ ଆଦର୍ଶ କ୍ରୀଡ଼ାବିତ ହେବାପାଇଁ ଉତ୍ସାହିତ କରିଥିଲେ।ଆଜି ଦୌଡ଼ ପ୍ରତିଯୋଗୀତା,ଧୀର ସାଇକେଲ ଚାଳନା, ବାଟି ଚାମଚ,ବେଙ୍ଗ ଡିଆଁ, ଲମ୍ବକୁଦ,ଉଚ୍ଚ କୁଦ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀଙ୍କୁ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ସମ୍ମାନିତ କରାଯିବ। କ୍ରୀଡ଼ା ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପଣ୍ଡା,ସନ୍ତୋଷ କୁମାର ମହାପାତ୍ର, ଜ୍ୟୋତି ପ୍ରକାଶ ପ୍ରଧାନ,ଜଳନ୍ଧର ରଥ,ନିରଞ୍ଜନ ଦାସ, ନିର୍ଲିପ୍ତା ପତି, ଜ୍ୟୋତିସ୍ମିତା ଦାସ, ବାସନ୍ତୀ ସେଠୀ ଆଦି ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କ୍ରୀଡ଼ା ଉତ୍ସବ ଦୁଇ ଦିନ ଧରି ଚାଲିବ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦେବୀ ସୂଚନା ଦେଇଛନ୍ତି।
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ