Breaking News

ହୋ ହଲ୍ଲା ମଧ୍ୟରେ ବରୀ ପଞ୍ଚାୟତ ସମିତି ବୈଠକ ଶେଷ.

ବରୀ---  ବରୀ ପଞ୍ଚାୟତ ସମିତି ସଭା ଗୃହରେ ୫ମ ସମିତି ବୈଠକ ପ୍ରବଳ ହୋ ହଲ୍ଲା ମଧ୍ୟରେ ଶେଷ ହୋଇଛି । ବରୀବ୍ଲକ ଅଧ୍ୟକ୍ଷା ସୁଭାସିନି ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ସଭା ହୋଇଥିଲା । ଉକ୍ତ ସମିତି ବୈଠକରେ ଯାଜପୁର ଏମ୍‌.ପି ଶର୍ମିଷ୍ଠା ସେଠୀ , ବରୀ ବିଧାୟିକା ସୁନନ୍ଦା ଦାସ ଯୋଗଦାନ କରି ଥିଲାବେଳେ  ଗୃହରେ ପ୍ରବଳ  ହୋ ହଲ୍ଲା ହୋଇଥିବା ଦେଖିବାକୁ ମିଳିଛି । ଦୀର୍ଘ ଦିନ ପରେ  ସମିତି ବୈଠକ ହେଉଥିବାରୁ ପଞ୍ଚାୟତ ପ୍ରତିନିଧିମାନଙ୍କ ଭିତରେ ଉତ୍ସାହ ପରିଲିଖିତ ହୋଇଥିଲା । ଏ ନେଇ ରାଜନୈତିକ ବାତାବରଣ ପଞ୍ଚାୟତ ସମିତି ପରିସରରେ ସରଗରମ ହୋଇ ରହିଥିଲା । ଶାନ୍ତି ଶୃଙ୍ଖଳା ପାଇଁ ଏକ ପ୍ଲାଟୁନ ପୋଲିସ ଫୋସ ମୁତୟନ କରାଯାଇଥିଲା । କଢା ସୁରକ୍ଷା  ଭିତରେ ସମିତି ବୈଠକ ଆରମ୍ଭ କରାଯାଇଥିଲା । ବୈଠକ ଆରମ୍ଭରୁ ଗୃହରେ ବି.ଡି.ଓ ଙ୍କ ଅନୁପସ୍ଥିତ ନେଇ  ସମିତି ସଭ୍ୟ ସଭ୍ୟା ,ସରପ ହୋ ହାଲ୍ଲା  କରିଥିଲେ । ବି.ଡି.ଓ ଶୁଭଶ୍ରୀ ତ୍ରିପାଠୀ ଛୁଟିରେ ରହିଥିବା ଏ ବି.ଡି. ଶାଶ୍ୱତ ଜେନା ଗୃହରେ ପ୍ରକାଶ କରିଥିଲେ । ପୂର୍ବ ବୈଠକର ବିବରଣୀ ପାଠ ପରେ ନୂତନ ଏଜଣ୍ଡା ଅନୁଯାୟୀ ବୈଠକ ଚାଲିଥିଲା । ଗୃହରେ ବିଭିନ୍ନ ସମସ୍ୟାକୁ ନେଇ ସରପ ଓ ସଭ୍ୟଙ୍କ ଭିତରେ କଥା କଟା କଟି ହୋ ହାଲ୍ଲା । ହେଉଥିବା ଦେଖିବାକୁ ମିଳିଥିଲା । ବ୍ଲକ ପରିସରରେ ଏକ ଗୃହ ନିର୍ମାଣପାଇଁ ୪୦ ଲକ୍ଷ ଟଙ୍କା ରହିଛି ।ଏହି ଗୃହ ନିର୍ମାଣ ପାଇଁ ଆହୁରି ୧୭ ଲକ୍ଷ ଟଙ୍କା ଆବଶ୍ୟକତା ରହିଛି । ସମିତି ସଭ୍ୟ  ନିଜ ନିଜ ଅଂଶ ଧନରୁ ଅର୍ଥ ସହାୟତା କଲେ ଗୃହ ନିର୍ମାଣ ହୋଇ ପାରିବ ବୋଲି ବ୍ଲକ ପ୍ରଶାସନ ପ୍ରସ୍ତାବ ଦେଇଥିଲା । ଏହି ପ୍ରସ୍ତାବକୁ ସମିତି ସଭ୍ୟା ସଭ୍ୟ ବିରୋଧ କରି ହଟ୍ଟଗୋଳ କରିଥିଲେ । ବିଧାୟିକା ଓ ସାଂସଦ ତାଙ୍କର ପାଣ୍ଠିରୁ ସହଯୋଗ କରିବାପାଇଁ ଦାବି କରିଥିଲେ । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଅନୁପସ୍ଥିତ ରହିଥିଲେ । ସେହି ପରି  କେତେକ ବିଭାଗର ଅଧିକାରୀ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା । ବରୀରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡିଛି । ଅଧିକାଂଶ ଶିକ୍ଷକ ଶିୟତ୍ରୀ ଠିକ୍ ସମୟରେ ବିଦ୍ୟାଳୟକୁ ଆସୁ ନାହାନ୍ତି । କେତେକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ନିୟମିତ ହେଉ ନାହିଁ । ଅଧିକାଂଶ ବିଦ୍ୟାଳୟରେ ଗୃହ ନାହି ବୋଲି ଅଭିଯୋଗ ଉଠିଥିଲା । ଶିକ୍ଷାଅଧିକାରୀ ଅଭୟ କୁମାର ବେହେରା ଏ ସବୁର ସଠିକ ଉତ୍ତର ଦେଇ ନ ପାରିବାରୁ ଗୃହରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ  ପକୃତ ହିତାଧିକାରୀଙ୍କୁ ରାସନ ମିଳୁନାହିଁ ବୋଲି ଅଭିଯୋଗ ଉଠିଥିଲା । ଏହାର ଉତ୍ତରରେ ଯୋଗାଣ ନିରିକ୍ଷକ ପ୍ରଫୁଲ ବେହେରା ଏକ ଲକ୍ଷ ୨୮ ହଜାର ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ ପାଉଥିବା କହିଥିଲେ । ଯେଉଁମାନେ ରାସନକାର୍ଡ ପାଇ ବାରୁ ବଞ୍ଚିତ ହୋଇଛନ୍ତି ତଦନ୍ତ କରାଯାଇ ତୁରନ୍ତ ରାସନ ଯୋଗାଇ ଦିଆଯିବ ବୋଲି ଯୋଗାଣ ନିରିକ୍ଷକ ବେହେରା ଉତ୍ତର ରଖିଥିଲେ । କୃଷି କ୍ଷେତ୍ରରେ ବରୀ ଅବହେଳିତ ହୋଇ ରହିଛି ବୋଲି ଗୃହରେ ମତ ପ୍ରକାଶ ପାଇଥିଲା । ଫନି ଓ ତିତିଲି ଭଳ୍‌ି ପ୍ରାକୃତିକ  ବନ୍ୟା ବାତ୍ୟାରେ  କୃଷି ଫସଲ ନଷ୍ଟ  ହୋଇଛି ବୋଲି ଗୃହରେ ଅଭିଯୋଗ ହୋଇଥିଲା । ଏହାର ଉତ୍ତର ରଖି କୃଷି ଅଧିକାରୀ ସଂଜୟ ରାଉତ ବରୀର ୨୯ ପଂଚାୟତରେ ୧୦ ହଜାର ୬୫ ହେକ୍ଟର ପସଲ ଫନି ଓ ତିତିଲିରେ କ୍ଷତିଗ୍ରସ୍ତ ହୋଇଛି । ୪ହଜାର ୫ଶହ ହେକ୍ଟର ଧାନ ନଷ୍ଟ ହୋଇଥିଲାବେଳେ ୫ହଜାର ୫ଶହ  ହେକ୍ଟର ରବି ଫସଲ ନଷ୍ଟ ହୋଇଥିଲା କୃଷି ଅଧିକାରୀ  ରାଉତ ସୁଚନା ଦେଇଥିଲେ । ୪୦ କ୍ୱିଣ୍ଟାଲ ମୁଗ, ୨ଶହ କ୍ୱିଣ୍ଟାଲ ବାଦାମ ବିହନ ବିଭିନ୍ନ ଚାଷୀଙ୍କୁ ଯୋଗାଇ ଦେବାପାଇଁ ଆସିଥିବା  କୃଷି ଅଧିକାରୀ କହିଥିଲା ବେଳେ ପ୍ରକୃତ ଚାଷୀଙ୍କ ଏହା ପହଂଚି ପାରି ନାହିଁ ବୋଲି ଗୃହରେ ସରପଂଚ ସମିତି ସଭ୍ୟ ଅଭିଯୋଗ କରିଥିଲେ । ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହେଉଛି । ଜଣେ ହିତାଧିକାରୀଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଜୈନେକ ପଞ୍ଚାୟତ ଅଧିକାରୀ  ଟଙ୍କା ଲାଞ୍ଚ ମାଗିଥିବାର ଖୋଦ୍ ବିଧାୟିକା ସୁନନ୍ଦା ଦାସ ଏଭଳି ଅଭିଯୋଗ ଗୃହରେ କରିଥିଲେ । ଏହାର ଉତ୍ତରରେ ଏ ବି.ଡି.ଓ  ଜେନା ତଦନ୍ତ କରାଯାଇ ସମ୍ପୃକ୍ତ ଅଧିକାରୀଙ୍କୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଞ୍ଜ ଶେଷରେ ଧନ୍ୟବାଦ ଅର୍ପଣ କରି ବୈଠକ ଶେଷ କରିଥିଲେ । ବ୍ଲକ ଫାଟକ ବାହାରେ ବିଜେଡି ବିଜେପି ଭିତେର ହୋ ହାଲା ହେଉଥିଲେ ।

ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ

Blog Archive

Popular Posts