ନଳକୁପ ଭାଙ୍ଗିଲା କିଏ ,ଦଣ୍ଡ ପାଉଛନ୍ତି ଜନସାଧାରଣ
ବରଗଡ଼----- ବରଗଡ଼ ଜିଲ୍ଲା ଅତାବିରା ୫୩ନଂ ଜାତୀୟ ରାଜପଥ କଡ଼ରେ ତଥା ଟେଲିଫୋନ ଏସ୍କଚେଞ୍ଜ ଛକରେ ସର୍ବ ସାଧାରଣ ମାନଙ୍କ ପାଇଁ ରହିଥିବା ଏକ ନଳକୁପ ଭାଙ୍ଗି ରୁଜି ପଡିଛି । ଗୋଟିଏ ବର୍ଷ ପୂବରୁ ପାଣି ପାଇଁ ଲୋକେ ଡହକ ବିକଳ ହେଉଥିଲେ । ଏହାକୁ ନଜର କରି ସରକାର ପାନୀୟଜଳ ବିଭାଗକୁ ଏକ ନଳକୂପ ଖନନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଛକଟିରେ ପିଇବା ପାଣି ନଥିବା ଯୋଗୁଁ ତୁରନ୍ତ ଲୋକଙ୍କ ସୁବିଧା ପାଇଁ ଏକ ନଳକୂପ ଖନନ କରାଯାଇଥିଲା । ଯାହା ଗତ ୮/୧୦ଦିନ ତଳେ ଏକ ମାଲ ବୋଝେଇ ଟ୍ରକ ଏହି ନକକୁପରେ ଧକ୍କାଦେବା ଫଳରେ ନଳକୂପଟି ଭାଙ୍ଗି ରୁଜି ଯାଇଛି । ଯାହା ଫଳରେ ବ୍ୟବହାର ହେଇପାରୁନାହିଁ ଏହି ନଳକୂପ ପାଣି। ବର୍ତ୍ତମାନ ଏହି ଛକରେ ଗୋଟିଏ ହେଲେ ନଳକୂପ ନଥିବା ଯୋଗୁଁ ଡ଼ହକ ବିକଳ ହୋଇ ପଡୁଛନ୍ତି ଯାତ୍ରୀ ତଥା ସ୍କୁଲକଲେଜ ଛାତ୍ରଛାତ୍ରୀ।ଏହି ଛକରେ ପାଣି ନଥିବା ଯୋଗୁ ସ୍ଥାନୀୟ ଦୋକାନୀ ତଥା ଛକରେ ଆଶ୍ରୟ ନେଉଥିବା ଶତାଧିକ ଯାତ୍ରୀ ଯେଉଁ ନଳକୂପଟି ଥିଲା ତାହା ମଧ୍ୟ ଅଚଳ ହୋଇ ପଡିରହିଛି। ଅଜଣା ଟ୍ରକ ଦୁର୍ଘଟଣା ଘଟାଇ ଚମ୍ପଟ ମାରିଥିଲା। ହେଲେ ଛକରେ ଥିବା ସରକାରୀ ସିସି କ୍ୟାମେରା ତଥା ସରକାରୀ ମୁଣ୍ଡ କାହାପାଇଁ ଜଗିଛି ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଛକରେ ଟ୍ରାଫିକ ବ୍ୟବସ୍ଥା ନଥିବା ଯୋଗୁଁ ନିତିଦିନିଆ ଭାବେ ଛୋଟ ମୋଟ ଘଟଣାଠାରୁ ଆରମ୍ଭ କରି ମର୍ମନ୍ତୁଦ ଘଟଣାମାନ ଘଟି ଯାଇଥିବାର ନଜିର ରହିଛି । ହ
ଏପରି ମୁଖ୍ୟ ସ୍ଥାନରେ ଦୀର୍ଘ୮/୧୦ଦିନ ହେବ ନଳକୂପଟି ଉପୁଡି ଯାଇ ପଡ଼ିଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କର ଦୃଷ୍ଟି ପଡୁନଥିବା ନେଇ ଉଦବେଗ ପ୍ରକାଶ ପାଇଛି। ତୁରନ୍ତ ବିଭାଗୀୟ ଅଧିକାରୀ ଏଥିପ୍ରତି ଦ୍ରୁଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣ ରେ ଦାବି ହେଉଛି।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ