୪ ଦଫାଦାବିରେ ଥାନାଘେରାଉ କଲେ ମାଛପଡା ଗ୍ରାମର ପୁରୁଷ ମହିଳା
ଡେଲାଙ୍ଗ ---- ଡେଲାଙ୍ଗ ଥାନା ଆଗରେ ମାଛପଡା ଗ୍ରାମର ଅଗ୍ନିବିପନ୍ନ ପରିବାରଙ୍କ ପକ୍ଷରୁ ପୁରୁଷ ମହିଳା ମାନେ ନିଜର ସୁରକ୍ଷା ସହିତ ୩ ଦଫା ଦାବିରେ ଡେଲାଙ୍ଗ ଥାନା ଆଗରେ ଥିବା ମଣ୍ଡପରେ ବସି ରହିଛନ୍ତି । ସୁଚନା ଯୋଗ୍ୟଯେ ଡେଲାଙ୍ଗ ଥାନା ଅନ୍ତର୍ଗତ ଗୁଆଳିପଡା ଗ୍ରାମ ପଞ୍ଚାୟତର ମାଛପଡା ଗ୍ରାମରେ ନଭେମ୍ବର ୧୦ ରାତିରେ ଅଗ୍ନିକାଣ୍ଡ ଘଟି ଯାଇଥିଲା । ଏଥିରେ ୧୬ ଟି ପରିବାରର ୨୧ ବଖରା ଘର ପୋଡି ଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଥିଲା । ମିନା ସ୍ୱାଇଁ ନାମକ ଜଣେ ମହିଳା ଡେଲାଙ୍ଗ ଥାନାରେ କେତକ ବ୍ୟକ୍ତିଙ୍କ ନାମରେ ଅଭିଯୋଗ କରିଥିଲେ । ଡେଲାଙ୍ଗ ପୋଲିସି ୨୧୪/୧୯ ରେ ଏକ କେସରୁଜ କରି ଦୁଇଜଣଙ୍କୁ ଏହି କେସରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ମାତ୍ର ଅଗ୍ନିକାଣ୍ଡ ପରେ ପରେ ଗ୍ରାମରେ ଉତ୍ତେଜନା ଲାଗି ଥିବାରୁ ଥାନାରୁ ଜଣେ ଏସଆଇ ସେଠାକୁ ଯାଇଥିଲେ । ତାଙ୍କୁ ଅସଦ୍ୟ ବ୍ୟବହାର ଓ ଠେଲାପେଲା କରିଥିବା ନେଇ ଶ୍ରୀ ପାଇଟାଳଙ୍କ ଅଭିଯୋଗ କ୍ରମେ ୨୧୩/୧୯ ରେ କିଛି ଲୋକଙ୍କ ନାମରେ କେସ ରୁଜ କରାଯାଇଛି । ଏହି ଘଟଣାକୁ ନେଇ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ, ଗ୍ରାମବାସୀ ମାନଙ୍କ ନାମରେ ହୋଇଥିବା ମିଥ୍ୟା କେସ ଉଠାଯାଉ । ଗ୍ରାମବାସୀଙ୍କୁ ସରୁକ୍ଷା, ଡେଲାଙ୍ଗ ଥାନା ଏସଆଇଶ୍ରୀ ପାଇଟାଳଙ୍କୁ ନିଲମ୍ବିତ କରିବା ଦାବିରେ ପୁରୁଷ ମହିଳା ମାନେ ଏହି ଶୀତ ରାତିରେ ଥାନା ଆଗରେ ଧାରଣା ଦେଇଛନ୍ତି । ଖବର ଲେଖା ହେବା ବେଳକୁ ଗ୍ରାମବାସୀ ମାନେ ଥାନାରେ ଧାରଣା ଦେଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି