ଡଲଫିନର ସୁରକ୍ଷା ପାଇଁ ସାଇକେଲରେ ଜନସଚେତନତା
ଡେଲାଙ୍ଗ----- ଡେଲାଙ୍ଗ ବ୍ଳକର ପ୍ରକୃତିବନନ୍ଧୁ ବିଶ୍ୱଜିତି ପରିଡା ଏବେ ସାଇକେଲରେ ଡଲଫିନଙ୍କର ସୁରକ୍ଷା ପାଇଁ ସାଇକେଲରେ ବିଭିନ୍ନ ଗ୍ରାମକୁ ଯାଇ ଲୋକମାନଙ୍କୁ ସଚେତନତା କରିବା ପାଇଁ ବାହାରିଛନ୍ତି । ଡେଲାଙ୍ଗ ବ୍ଳକର ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ ପକାକା ହଲାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ବିଦ୍ୟାଳୟ ପରିସରରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଅତିଥି ମାନେ କହିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ , ଶିକ୍ଷକ ମିଟୁ କିଶୋର ପ୍ରଧାନ, ମଞ୍ଜୁଲତା ପ୍ରଧାନ, ପଶ୍ରୁରାମ ସାହୁ, ବିରଞ୍ଚିନାରାୟଣ ବରାଳ, ସୁଧୀର କୁମାର ଜେନା ଓ ପୁରୁତ୍ତୋମ ନାୟକ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି