Breaking News

ସାକ୍ଷୀଗୋପାଳ ଓ ଦକ୍ଷୀଣକାଳୀ ଦର୍ଶନ କଲେ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ

 D Senapati
Sakhigopal
ସାକ୍ଷୀଗୋପାଳ--- ନୂତନ ବର୍ଷ ପାଇଁ ସାକ୍ଷୀଗୋପିନାଥ ମନ୍ଦିରରେ ଦର୍ଶାନଥୀଙ୍କର ଗହଳି ଲାଗି ରହିଛି । ଆଜି ନବବର୍ଷ ଉପଲକ୍ଷେ ପୁରୀ ଯିବା ଆଗରୁ ରାଜ୍ୟ ମହିଳା ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନୀ ସାହୁ ସାକ୍ଷୀଗୋପିନାଥ ଦେବଙ୍କୁ ପୂଜାର୍ଚ୍ଚନା ଓ ଦର୍ଶନ କରି ଦେଶ ବାସୀଙ୍କ କଲ୍ୟାଣ ଓ ମୁଖ୍ୟମନ୍ତ୍ରୀଙ୍କର କଲ୍ୟାଣ କାମନା କରିଛନ୍ତି । ପରେ ପରେ ବୀରଗୋବିନ୍ଦପୁର ସ୍ଥିତ ମା ଦକ୍ଷୀଣକାଳୀଙ୍କୁ ଦର୍ଶନ କରିଥିବାର ଜଣାପଡିଛି । ସତ୍ୟବାଦୀର ସାମାଜିକକର୍ମୀ ସୁରେଶ କୁମାର ସାହୁ ତାଙ୍କ ସହିତ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପିନାଥ ଠାକୁରଙ୍କର ପହଲି ଭୋଗ ନୀତିକାନ୍ତି ଚାଲିଥିବାରୁ ପ୍ରତିଦିନ ରାତିରୁ ମନ୍ଦିର ଉନ୍ମୋଚିତ କରାଯାଇ ଠାକୁରଙ୍କ ସ୍ୱତନ୍ତ୍ର ପହଳି ଭୋଗ କରାଯାଉଛି । ଅନ୍ୟ ପକ୍ଷେ ଆଜି ନବ ବର୍ଷ ହୋଇଥିବାରୁ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ୍ଦିରରେ ଭକ୍ତ ମାନଙ୍କର ଗହଳି ପରିଲକ୍ଷିତ ହୋଇଛି । ବିଭିନ୍ନ ରାଜ୍ୟ ବାହାରୁ ମଧ୍ୟ ଦର୍ଶନୀର୍ଥଙ୍କ ଏଠାରେ ଭିଡ ପରିଲକ୍ଷିତ ହୋଇଥିଲା ।
 D senapati
Sakhigopal 
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts