ପୁସ୍ତକ ମେଳାରେ ଝଙ୍କଡ ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ କବିତା ପାଠୋତ୍ସବ
କୁଜଙ୍ଗ------ ଜଗତସିଂହପୁର ପୁସ୍ତକମେଳାରେ ଝଙ୍କଡ ସାହିତ୍ୟ ସଂସଦ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ସଂସଦର ସଭାପତି ନିତ୍ୟାନନ୍ଦ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ପ୍ରାଧ୍ୟାପିକା ଡ.ବିଷ୍ଣୁପ୍ରୀୟା ଦାସ, ମୁଖ୍ୟବକ୍ତା ଶିକ୍ଷାବିତ ମହେନ୍ଦ୍ର କୁମାର ଆଚାର୍ଯ୍ୟ, ସମ୍ମାନିତ ଅତିଥି ଡେପୁଟି କଲେକ୍ଟର ବିଭୁଦତ୍ତ ମହାନ୍ତି, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ସୁରେଶ ଚନ୍ଦ୍ର ମହାନ୍ତି, ଜିଲା ସାଂସ୍କୃତିକ ପରିଷଦ ଉପାଧ୍ୟକ୍ଷ ବିପ୍ଲବ ଚୌଧୁରୀ ପ୍ରମୁଖ ଯୋଗଦେଇ ଜିଲାର କଳା, ସଂସ୍କୃତି ଓ ସାହିତ୍ୟ ଉପରେ ଆଲୋକପାତ କରିବା ସହ ରାଷ୍ଟ୍ରର ଉନ୍ନତି ବଳିଷ୍ଠ ସାହିତ୍ୟ ନିର୍ଭର କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ସଂସଦର ପ୍ରତିଷ୍ଠାତା ସମ୍ପାଦକ ଗୋଲୋକ ବିହାରୀ ପଲାଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କତିଥିଲେ । ପରେ କବୟିତ୍ରୀ ସବିତା ନାୟକ, ପ୍ରିୟତମା ସାହୁ, କାଦମ୍ବିନୀ ପରିଜା ଓ ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁଙ୍କ ସଂଯୋଜନାରେ ଶତାଧିକ କବି ସ୍ୱରଚିତ କବିତା ପାଠ କରିଥିଲେ । ଆଷାଢ ସମ୍ପାଦକ ପୀତାମ୍ବର ମହାପାତ୍ର, ଶ୍ୱାଶତ ସେତୁ ସମ୍ପାଦିକା ଆରତୀ ତ୍ରୀପାଠୀ, ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ବସନ୍ତ ମଞ୍ଜରୀ ଦାସ,ଶରତ ମହାପାତ୍ର, ହେମନ୍ତ ନାୟକ, ଦିଗମ୍ବର ରାଉତ, ମାନସୀ ଶତପଥି, ପଦ୍ମାବତୀ ମିଶ୍ର, ମନୋରମା ଶତପଥି, ଦେବସ୍ମିତା ପଣ୍ଡା, ଚୌ. ରାଧାମୋହନ ପରିଜା, ସଂଗଠନ ସମ୍ପାଦକ ବାସବ କୁମାର ନନ୍ଦ, ନିତ୍ୟାନନ୍ଦ ନାୟକ, ପ୍ରଭାତ ପରିଜା, ଶାନ୍ତନୁ ଷଡଙ୍ଗୀ, କୃଷ୍ଣଚନ୍ଦ୍ର ନନ୍ଦ ପ୍ରମୁଖ ଯୋଗଦେଇଥିଲେ । କାଦମ୍ବିନୀ ପରିଜା ପ୍ରାରମ୍ଭିକ ସଙ୍ଗୀତ ଓ ଶିଶୁକଣ୍ଠ ଶିଳ୍ପୀ ସାଇ ଋତୁପଣ୍ଣା ପରିଡା ଉଦଯାପନୀ ସଂଗୀତ ଗାନ କରିଥିଲେ । ଉପଦେଷ୍ଟା ପରମାନନ୍ଦ ମିଶ୍ର ଧନ୍ୟବାଦ ଦେଇଥିଲେ । ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର