Breaking News

ବରୀରେ ପ୍ରଧାନମନ୍ତ୍ରୀଙ୍କ ପରିକ୍ଷା ପେ

ବରୀ ---ଯାଜପୁର ଜିଲ୍ଲା ବରୀବ୍ଲକରେ ପ୍ରଧାନ ମନ୍ରୀଙ୍କ ପରିକ୍ଷା ପେ ସେମାବାର ଅନୁଷ୍ଠିତ ହୋଇଯାଇଛି । ଏହି ବ୍ଲକ ଅଧିନରେ ଥିବା ୧୯୭ ରୁ ଉର୍ଦ୍ଧ ବିଦ୍ୟାଳୟରେ ପ୍ରଧାନ ମନ୍ତ୍ରୀ ପେ କାର୍ଯ୍ୟକ୍ରମ କରାଯାଇଥିବା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏନେଇ ବରୀ କୃପା ସିନ୍ଧୁ ବିଦ୍ୟା ଭବନ ପରିସରରେ ବ୍ଲକ ଶିକ୍ଷାଧିକାରୀ ଅଭୟ କୁମାର ବେହେରା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଦୂରଦର୍ଶନ ଓ ବେତାର ଦ୍ୱାରା ଦିନ ୧୧ ଟାରୁ ୧୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମକୁ ଦେଖି ଶିକ୍ଷା ଗ୍ରହଣ କରିଥିଲେ । ଏଥିରେ ପ୍ରଧାନ ମନ୍ତ୍ରୀଙ୍କ ଛାତ୍ରଛାତ୍ରୀଙ୍କ ପାଇଁ କେତେ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ପରାମଶ ର୍ ରହିଥିବା କୁହାଯାଇଛି । ଏହି ପରାମର୍ଶକୁ ଛାତ୍ରଛାତ୍ରୀମାନେ ଗ୍ରହଣ କରି କୃତକାର୍ଯ୍ୟ ହେବ ବୋଲି ଶିକ୍ଷାଧିକାରୀ ବେହେରା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୃପାସିନ୍ଧୁ ବିଦ୍ୟା ଭବନରେ ପ୍ରଧାନ ଶିକ୍ଷକ ସୁଦର୍ଶନ ମଲ୍ଲିକ,ଏବିଓ ଧୂଷାସନ  ବାରିକ,ଅବସରପ୍ରାପ୍ତ ଏବିଓ ବାଙ୍କ ବିହାରୀ ପଣ୍ଡା.କପିଲ ଚରଣ ସାମଲ ଓ ବିଦ୍ୟାଭବନର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ

Blog Archive

Popular Posts