Breaking News

ଶାରଳା ମନ୍ଦିରସେବାୟତଙ୍କୁ ଆକ୍ରମଣ ଘଟଣାରେ ୧ଅଭିଯୁକ୍ତ କୋର୍ଟ ଚାଲାଣ, ୨ଫେରାର

କୁଜଙ୍ଗ-----ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ସ୍ଥିତ ଝଙ୍କଡ ଶାରଳା ମନ୍ଦିର ପରିସରରେ ରବିବାର ସେବାୟତ ତ୍ରିଲୋଚନ ରାଉଳଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିଲା ।  ଉକ୍ତ ଘଟଣାରେ ପୁଲିସ ପ୍ରଶାନ୍ତ ରାଉଳ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରି ସୋମବାର କୋର୍ଟ ବାଲାଣ କରିଛି । ପୋଲିସ ସୁତ୍ରରୁ ପ୍ରକାଶ ଯେ ଗତକାଲି ରବିବାର ସନ୍ଧ୍ୟାରେ ଶାରଳା ମନ୍ଦିର ପରିସର ପଛପଟକୁ ତ୍ରିଲୋଚନ ଯାଇଥିବାବେଳେ କନକପୁର ଅଞ୍ଚଳର ସୁସାନ୍ତ ରାଉଳ, ପ୍ରଶାନ୍ତ ରାଉଳ ଓ ରାଜେଶ ନାୟକ ମିଳିତ ଭାବେ ଭୁଜାଲି ଓ ଠେଙ୍ଗା ଦ୍ୱାରା ଆକ୍ରମଣ କରିଥିଲେ । ଏଥିରେ ତ୍ରିଲୋଚନଙ୍କ ମୁଣ୍ଡ ଫାଟିଯିବା ସହ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ।  ତିର୍ତ୍ତୋଲ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ଋ୍‌ଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ପ୍ରଶାନ୍ତ ରାଉଳ ନାମକ ଅଭିଯୁକ୍ତକୁ ଗିରଫ କରି କୋର୍ଟବାଲାଣ କରିଛି । ଏସମ୍ପର୍କରେ ତିର୍ତ୍ତୋଲ ଥାନା ଅଧିକାରୀ କୃଷ୍ଣପ୍ରସାଦ ମିଶ୍ର ସୂଚନା ଦେବା ସହ ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତକୁ ବହୁ ଶିଘ୍ର ଧରିବା ପାଇଁ ଉଦ୍ୟମ ଚାଲିଛି ବୋଲି କହିଥିଲେ । କିଛି ଦିନ ପୂର୍ବରୁ ଶାରଳା ହାଟରେ ଜୁଆ ଖେଳୁଥିବାବେଳେ ଅଭି୍‌ଯୁକ୍ତ ସୁସାନ୍ତଙ୍କ  ସମେତ ୬ଜଣ ତିର୍ତ୍ତୋଲ ପୁଲିସ ଦ୍ୱାରା ଗିରଫ ହୋଇ ପରେ ଜାମିନରେ ଆସିଥିଲେ । ଏହି ଘଟଣାରେ ତ୍ରିଲୋଚନ ପୁଲିସକୁ ସୂଚନା ଦେଇଥିବା ସନ୍ଦେହ କରି ଜୁଆ ଖେଳରେ ଗିରଫ ହୋଇଥିବା ସୁସାନ୍ତଙ୍କ ସହିତ ଅନ୍ୟ ଦୁଇ ବ୍ୟକ୍ତି ପ୍ରଶାନ୍ତ ଓ  ରାଜେଶ ନାୟକ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଘଟଣାଇଥିବା ଜଣାପଡିଛି । ଜଗତସିଂପୁରରୁ ପ୍ରଳୟ କୁମାର ମହାପାତ୍ର  

Blog Archive

Popular Posts