Breaking News

ସଂକୀର୍ଣ୍ଣ ରାସ୍ତାରେ ଶହ ଶହ ଲୋକଙ୍କ ଧନଜୀବନ ପ୍ରତି ବିପଦ ଦେଖା ଦେଇଛି

  
 
ବରଗଡ଼-----   ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଲିକେମ୍ପ ଛକରୁ ଟାଙ୍ଗରପାଲିକୁ ସଂଯୋଗ କରୁଥିବା ରାସ୍ତାଟି ଅତି ସଂକୀର୍ଣ୍ଣ ବା ଅଣଓସାରିଆ।  ଏହି ରାସ୍ତାରେ ପ୍ରତ୍ୟହ ଶହ ଶହ ଯାନବାହନ ସାଙ୍ଗକୁ ଭାରିଯାନ ଯାତାୟତ କରୁଥିବାବେଳେ ଧନଜୀବନ ପ୍ରତି ବିପଦ ଦେଖାଦେଇଛି।ଅନେକ ବ୍ୟକ୍ତି ବିଶେଷ ରାସ୍ତାର ଦୁଇକଡ଼କୁ ଜବରଦଖଲ କରି ଦୋକାନ ବଜାର ନିର୍ମାଣ କରିଛନ୍ତି ।  ଯାହାଫଳରେ କି ରାସ୍ତାଟି ଅତି ସଂକୀର୍ଣ୍ଣ ହୋଇଯାଉଛି। ଏହି ରାସ୍ତା ଉପରେ ଆଖପାଖ ଅଞ୍ଚଳରେ ବହୁ ଗ୍ରାମବାସୀ ନିର୍ଭର କରିଥାନ୍ତି। ପ୍ରତ୍ୟହ ଦିନ ସକାଳ ପାହିଲେ ଏହି ଅଞ୍ଚଳରେ ଥିବା ସମସ୍ତ ପଞ୍ଚାୟତର ଚାଷୀ ତଥା ସ୍କୁଲକଲେଜର ଛାତ୍ରଛାତ୍ରୀ ଯିବାଆସିବା କରିଥାନ୍ତି।ରାସ୍ତାଟି ସଂକୀର୍ଣ୍ଣି ହୋଇଥିବା ବେଳେ ପ୍ରତ୍ୟେକ ଦିନ ଛୋଟମୋଟ ଦୁର୍ଘଟଣା ସହ ମର୍ମନ୍ତୁଦ ଘଟଣାମାନ ଘଟିଯାଉଛି।ଭାରିଯାନ ଗୁଡିକ ଯିବାଆସିବା ଯୋଗୁଁ ପଥଚାରି ମାନଙ୍କୁ ଅସୁବିଧାର ସମ୍ବୁଖିନ ହେବାକୁ ପଡ଼ିଛି । ଫଳରେ ରାସ୍ତା ଉପରେ ନିର୍ଭର କରୁଥିବା କୁଡ଼ା ପଡା,ମିଲ ପଡା,ପୋଡ଼ ମୁଣ୍ଡା, ଭୁର୍ଷିପାଲି,ଟିଙ୍ଗି ପାଲି,ଲୁରୁପାଲି,ଲସ୍ତଲା,କତାବଗା, ଡୁମେରପାଲି,ହିଲ୍ଲୀ ପାଲି,କାଠଡେରା,ଲଚିଦା, ଖରମୁଣ୍ଡା,ଚାବ୍ରି ପାଲି,ଭୁଏ ଟିକ୍ରା,ଆନ୍ଦ୍ର ପଡା,ଟାଙ୍ଗର ପାଲି ପ୍ରମୁଖର ଚାଷୀ ତଥା ଜନସାଧାରଣ ଓ ସ୍କୁଲ କଲେଜ ଛାତ୍ରଛାତ୍ରୀ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଏହି ସଂକୀର୍ଣ୍ଣ ରାସ୍ତାଦେଇ ରୋଗୀଙ୍କୁ ଅତାବିରା ଡାକ୍ତର ଖାନାକୁ ନେବା କାଷ୍ଟକର ହୋଇପଡିଛି। ରାସ୍ତା କଂକ୍ରିଟ କରଣ ହୋଇଥିଲେ ହେଁ ପ୍ରଶସ୍ତ ନଥିବା ଯୋଗୁ କଂକ୍ରିଟ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ମାଟି ରାସ୍ତା ଖାଳଢ଼ିପରେ ପରିପୂର୍ଣ୍ଣ ହୋଇ ପଡ଼ିଛି । ବର୍ଷା ହେଲେ ରାସ୍ତାର ଗୋଟିଏ ପଟେ କେନାଲ ରହିଥିବାବେଳେ ଅନ୍ୟ ପାର୍ଶ୍ଵରେ ଖାଳଜମି ବଡ ବଡ ଗର୍ତରେ ପାଣି ଜମି କାଦୁଅ ସୃଷ୍ଟି ହେବାସହ ଲୋଜଙ୍କ ଧନଜୀବନ ନଷ୍ଟ ହେବାର ଆଶଙ୍କା ଦେଖାଯାଇଛି।ଆଗାମୀ ଦିନରେ ଯେଭଳି ଏଇ ପରିସ୍ଥିତି ନ ଉପୁଜିବ ସେ ଦିଗରେ ବିଭାଗୀୟ ଅଧିକାରୀ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ରାସ୍ତାପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଧନଜୀବନ ରକ୍ଷା କରିବାକୁ ଅଞ୍ଚଳର  ଚାଷୀ ତଥା ସାଧାରଣରଙ୍କ ପକ୍ଷରୁ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts