ସତ୍ୟବାଦୀରେ ଗାନ୍ଧୀ ଜୟନ୍ତୀରେ ସଫେଇ ଓ ପ୍ଳାଷ୍ଟିକ ବର୍ଜନ ପାଇଁ ସଚେତନତା ର୍ୟାଲି
ସାକ୍ଷୀଗୋପାଳ ------ ସତ୍ୟବାଦୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରରେ ଗାନ୍ଧୀଜିଙ୍କ୧୫୦ ତମ ଜୟନ୍ତୀ ପାଳିତ ହୋିଯାଇଛି । ଏହି ଅବସରରେ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୀତାରାଣୀ ମିଶ୍ର ଅଧ୍ୟକ୍ଷତାରେ ଏକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଗାନ୍ଧୀ ଓ ଶାସ୍ତୀଙ୍କ ଜୀବନୀ ସମ୍ପର୍କରେ ପିଲା ମାନଙ୍କୁ କହିଥିଲେ । ଏହି ଅବସରରେ ଛାତ୍ରୀ ମାନଙ୍କ ଦ୍ୱାରା ପଞ୍ଚାସଖାଙ୍କ ସମାଧିପୀଠ ସଫେଇ କରାଯାଇଥିଲା । ପରେ ପରେ ସ୍ୱଚ୍ଛ ଭାରତ ଓ ପ୍ଳାଷ୍ଟିକ ମୁକ୍ତ କରିବା ପାଇଁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସଂଧ୍ୟାରାଣୀ ମହାପାତ୍ର, ସ୍ନେହାଶ୍ରୀ ବେହେରା, ରନ୍ନାକର ଜେନା, ଅଗସ୍ତି କୁମାର ବେହେରା, ସବିତା କୁମାରୀ ରଥ, ନମିତା ଦାଶ, ପୁଷ୍ପାଞ୍ଜଳୀ ଜେନା, ସୁପିୟା ସାହୁ, ପ୍ରଫୁଲ କୁମାର ଷଡଙ୍ଗୀ, ସୁନଦା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପିର ବାସୁକେରା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ , ଗୁରୁମା ମାନେ ସାକ୍ଷୀଗୋପାଳ ଡାକ୍ତରଖାନା ସଫେଇ କରିଥିଲେ । ଅନ୍ୟ ପକ୍ଷେ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ ଓ ସିଟି ସ୍କୁଲର ଛାତ୍ରଛାତ୍ରୀ ମାନେ ଏକ ସଚେତନତା ର୍ୟାଲି କରିଥିଲେ । ସେହିପିର ବିଭିନ୍ନ ଗ୍ରାମ ପଞ୍ଚାୟତରେ ସଫେଇ କରାଯିବା ସହ ଗ୍ରାମ୍ୟ ସଭା କରାଯାଇଥିଲା । ସତ୍ୟବାଦୀରେ ବିଭିନ୍ନ ଅନୁଷ୍ଠାନ ଓ ସ୍ୱେଚ୍ଚାସେବୀ ମାନେ ସଫେଇ କାରିବା ସହ ବୃକ୍ଷ ରୋପଣ, ଓ ପ୍ଳାଷ୍ଟିକ ବର୍ଜନ ସମ୍ପର୍କରେ ସଚେତନତା କରାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି