 |
Delang news |
ଡେଲାଙ୍ଗ--- ଗାନ୍ଧୀ ଜୟନ୍ତୀ ଓ ଶାସ୍ତୀଙ୍କ ଜୟନ୍ତୀ ଅବସରରେ ପିପିଲି- ଡେଲାଙ୍ଗ ବିଜେଡିର ବରିଷ୍ଠ ବିଧାୟକ ପ୍ରଦୀପ ମହାରଥୀ ଡେଲାଙ୍ଗ ଥାନା ଅନ୍ତର୍ଗତ ବେରବୋଇ ଗାନ୍ଧୀପୀଠରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଧାୟକ ଶ୍ରୀ ମହାରଥୀ ଉପସ୍ଥିତ ଜନସାଧାରଣ ଓ ର୍କମୀ ମାନଙ୍କୁ କହିଥିଲେ ଆମର ପିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ କଥା ଓ ଆମ ଉପରେ ଭରଷା ରଖିଛନ୍ତି । ବାତ୍ୟା ସମୟରେ ଯେପରି କେହି ଅସୁବିଧାରେ ନପଡନ୍ତି ସେ ଦିଗପ୍ରତି ଧ୍ୟାନ ଦେଇଥିଲେ । ବାତ୍ୟା ଛାଡିଯିବା ପରେ ପରେ ସମସ୍ତଙ୍କୁ ରିଲିଫ ଓ ଅର୍ଥ ଯୋଗାଇ ଦେଇଥିଲେ । ଏବେ ବାତ୍ୟାରେ କ୍ଷତି ହୋଇଥିବା ପରିବାର ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଓ ବିଜୁ ପକ୍କା ଘର ଯୋଜନାରେ ସାମିଲ କରାଯିବ ବୋଲି କହିଥିଲେ । ବିଜେଡି ସରକାରଙ୍କ ସମୟରେ ପ୍ରଣୟନ କରାଯାଇଥିବା ସମସ୍ତ ଜନହିତକର ଯୋଜନା ସମ୍ପର୍କରେ କହିବା ସହ ଏହି ଯୋଜନା ଯେପରି ପ୍ରତି ପରିବାରଙ୍କ ପାଖରେ ପହଞ୍ଚି ପାରିବ ସେଥିପାଇଁ ଏହି ପଦଯାତ୍ରାର ମୁଖ୍ୟ ଲକ୍ଷ୍ୟ ବୋଲି ଶ୍ରୀ ମହାରଥୀ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଡେଲାଙ୍ଗ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା, ପିପିଲି ବ୍ଳକର ଯୁବନେତା ତଥା ଆତ୍ମର ସଭାପତି ଧରିଣୀଧର ସାହୁ, ଜିଲ୍ଲା ପରିଷଦ ସଭ୍ୟ ମଳୟ ମହାନ୍ତି, ପ୍ରପୁଲ କୁମାର ସ୍ୱାଇଁ ଓ ବିଭିନ୍ନ ଗ୍ରାମ ପୟ୍ଚାୟତର ଜନପ୍ରତିନିଧି ମାନେଙ୍କ ସହ ପ୍ରମୁଖ ଉପସ୍ଥିତ ରହିଥିଲେ । ବିଧାୟକ ଶ୍ରୀ ମହାରଥୀଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ମହିଳା ବିଜେଡି ର୍କମୀ ମାନେ ବିଭିନ୍ନ ସ୍କୋଗାନ ଦେଇ ପଦଯାତ୍ରା ଆରମ୍ଭ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି