Breaking News

ଲୋକକଳା ଗ୍ରାମର ଲୋକାର୍ପଣ ସମାରୋହ ଅନୁଷ୍ଠିତ ; ଅନିୟମିତତା ଅଭିଯୋଗ ଆଣିଲେ କଳାକାର ସଂଘ


ସାକ୍ଷୀଗୋପାଳ ----   ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ବ୍ଳକର ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତରେ ଲୋକକଳା ଗ୍ରାମର ଲୋକାର୍ପଣ ସମାରୋହ ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଅଧ୍ୟକ୍ଷତା କରି କହିଥିଲେ ଆମ କଳା ଆମ ସଂସ୍କୃତିର ସ୍ୱତନ୍ତାତା ରହିଛି । ଏହା ଅନ୍ୟ କେଉଁଠାରେ ଦେଖିବାକୁ ମିଳେ ନାହିଁ ।  ଅନୁଷ୍ଠିତ ସଭାରେ ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତ, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ଜିଲ୍ଲାପରିଷଦ ସଭ୍ୟ  ଧୁବଚରଣ ଦାଶ,ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା,  ସ୍ଥାନୀୟ ସରପଞ୍ଚ ଚଞ୍ଚଳା ପାଣି, ସମିତିସଭ୍ୟ ନିରୁପମା ବେହେରା, ଆତ୍ମାର ସଭାପତି ବେବିଲାଲ ମିଶ୍ର,    ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ  । ଜିଲ୍ଲା ସାଂସ୍କୃତିକ ଅଧିକାରୀ ଚୌଧୁରି ଅରବିନ୍ଦ ଦାସ କାର୍ଯ୍ୟକମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ  । ବ୍ଳକର ସାମାଜିକ ସୁରକ୍ଷା ଅଧିକାରୀ ସୂର୍ଯ୍ୟନାରାୟଣ ପାତ୍ର  କାର୍ଯ୍ୟକ୍ରମ ପରିଚାଳନା କରିଥିଲେ   ।ଏହି କାର୍ଯ୍ୟକ୍ରମକଟି ଜିଲ୍ଲା ସାଂସ୍କୃତି ବିଭାଗ ପକ୍ଷରୁ କରାଯାଇଥିଲା  । ଏହି ଅବସରରେ ଗୋଟିପୁଅ ନୃତ୍ୟୁ ଓ ଦାସକାଠିଆ ପରିବେଷଣ କରାଯାଇଥିଲା  । ଏହା ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ କରାଯାଇଥିଲେ ମଧ୍ୟ ନାମକୁ ମାତ୍ର କେତେଜଣ କଳାକାର ମାନଙ୍କ ମଧ୍ୟରେ ଏହା ରଖାଯାଇଥିଲା  । ଯାହାକି ସଦର ମହକୁମା ଠାରୁ ପ୍ରାୟ ୬ କିଲୋମିଟର ଦୁରରେ  ଏହା କରାଯାଇଛି ବୋଲି ବିଭିନ୍ନ କଳାକାର ସଂଘ ପକ୍ଷରୁ ଅଭିଯେଗା ମାନ ହୋଇଛି ।  ଏପରିକି ଜିଲ୍ଲା ଅଧିକାରୀ ଓ ବ୍ଳକର ଅଧିକାରୀ ମାନେ ମିଳିମିଶି ଆସିଥିବା ଅର୍ଥକୁ ତୋଷରପାତ କରାଯାଇଛି ବୋଲି କଳାକାର ମାନେ ଅଭିଯୋଗ ଆଣିଛନ୍ତି । ତୁରନ୍ତ ଜିଲ୍ଲପ।।ଳ ଏ ଦିଗପ୍ରତି ନର୍ଜର ଦେଇ ରାଜ୍ୟ ସରକାର ଯେଉଁ ଉଦ୍ଦ୍ୟେଶରେ ଏହି କାର୍ଯ୍ୟ କ୍ରମ କରାଯାଇଛି ତାହା ସଫଳ କରିବା ପାଇଁ କଳାକାର ସଂଘ ପକ୍ଷରୁ ନିବେଦନ କରାଯାଇଛି  ।
 ସାକ୍ଷୀଗୋପାଳରୁ  ଧୀରେନ୍ଦ୍ର ସେନାପତି 

Blog Archive

Popular Posts