ବିଦ୍ୟାଳୟ ପରିଚାଳନା କମିଟି ଗଠନ ପାଇଁ ବିଇଓଙ୍କର ଇଛାଶକ୍ତି ଅଭାବ
ଡେଲାଙ୍ଗ ---- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ସାଉରିଆ ( ଘୋରଡିଆ) ଗ୍ରାମ ପଞ୍ଚାୟତର ଗଙ୍ଗପୁର ପାଟଣାରେ ଥିବା ବି,ଜେ,ବି ନୋଡାଲ ଉଚ୍ଚ ପ୍ରାଥମିକ(ମଇ) ବିଦ୍ୟାଳୟର ଅଭିଭାବକ ଓ ଗ୍ରାମବାସୀମାନେ ଅଭିଯୋଗ ଆଣିଛନ୍ତି ଯେ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଇଛାଶକ୍ତି ଅଭାବ ଯୋଗୁ ବିଦ୍ୟାଳୟରେ ପରିଚାଳନା କମିଟି ଗଠନ ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇଛି । ସୁଚନାଯୋଗ୍ୟ ଯେ ୨୦୧୭ -୧୮ ଶିକ୍ଷା ବର୍ଷ ଠାରୁ ଆଜି ପର୍ଯ୍ୟନ୍ତବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇପାରିନାହିଁ । ଯାହାକି ଛାତ୍ରଛାତ୍ରୀଙ୍କ ପାଠ ପଢା ଠିକ ହୋଇପାରୁନାହିଁ । ଏହା ସହିତ ରାଜ୍ୟ ସରକାରଙ୍କ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହୋଇ ପାରୁନାହିଁ ବୋଲି ଜନସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି । ଶିକ୍ଷା ବିଭାଗର ୨୦୧୪ ମାର୍ଗଦର୍ଶୀକା ପୁସ୍ତିକା ନିୟମ ଅନୁସାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବା ଶିକ୍ଷୟତ୍ରୀ ବିଦ୍ୟାଳୟ ପରିଚାନଳା କମିଟି ଗଠନରେ ଅସମର୍ଥ ହେଲେ ସପୃକ୍ତ ଗ୍ରାମର ଗ୍ରାମ ପଞ୍ଚାୟତ ଷ୍ଟାଣ୍ଡିଙ୍ଗି କମିଟି ତାହା କରାଇ ନେବ ଯଦି ସେଥିରେ ସେମାନେ ବିଫଳ ହେଲେ ତା ହେଲେ ବ୍ଳକ ଶିକ୍ଷା ଅଧିକାରୀ କମିଟି ଗଠନ କରିବାର ଶିକ୍ଷା ବିଭାଗର ବିଧି ବିଧାନ ରହିଛି । ମାତ୍ର ସବୁ ଆଇନ କାନୁନ ଥିଲେ ମଧ୍ୟ ବ୍ଳକ ଶିକ୍ଷା ଅଧିକାରୀଙ୍କ ଇଛାଶକ୍ତି ଅଭାବରୁ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇପାରୁ ନାହିଁ ବୋଲି ଅଭିଯୋଗ ହୋଇଛି । ବ୍ଳକ ଶିକ୍ଷା ଅଧିକାରୀ ପରୋକ୍ଷରେ ବେସରକାରୀ ବିଦ୍ୟାଳୟ ପ୍ରତି ମୁହାଁଇବା ପ୍ରତି ଇଙ୍ଗିତି କରୁଥିବା ଜଣାପଡିଛି । ଶିଶୁ ମାନଙ୍କର ଶିକ୍ଷା ଅଧିକାର ବ୍ଳକ ଶିକ୍ଷା ପ୍ରଶାସନ ଯେପରି ଛଡାଇ ନପାରନ୍ତି ସେଥିପ୍ରତି ନଜର ଦେବାକୁ ଡାକଯୋଗେ ପୁରୀ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ସର୍ବଶିକ୍ଷା ଅଭିଯାନ, ପୁରୀ, ଜିଲ୍ଲା ଶିକ୍ଷା ଅଧିକାରୀ , ମଣ୍ଡଳ ଶିକ୍ଷା ଅଧିକାରୀ , ଡେଲାଙ୍ଗ ବିଡିଓଙ୍କ ସହିତ ସ୍ଥାନୀୟ ସରପଞ୍ଚଙ୍କୁ ଏହି ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ଏହାକୁ ନେଇ ଚାପ ଉତ୍ତେଜନା ପ୍ରକାଶ ପାଇବା ସହ ବ୍ଳକ ଶିକ୍ଷା ଅଧିକାରୀଙ୍କ ବିରୁଧରେ ଏକ ଆନ୍ଦୋଳନ ପାଇଁ ସଜବାଜ ହୋଉଥିବା ଜଣାପଡିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି