 |
Sakhigopal news |
ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରୁ ଗୋପବନ୍ଧୁ ଜ୍ୟୋତି ତଥା ପ୍ରଣାମ ମାତୃଭୂମି ରଥକୁ ସତ୍ୟବାଦୀର ଗୋପବନ୍ଧୁ ପ୍ରେମୀ , ବୁଦ୍ଧିଜିବୀ, ଶିକ୍ଷାବିତ, ବ୍ୟବସାୟୀ ସଂଗଠନ ଓ ଜନସାଧାରଣଙ୍କ ପକ୍ଷରୁ ଫୁଲମାଳ ଦିଆଯାଇ ସ୍ୱାଗତ କରାଯାଇଥିଲା । ସାକ୍ଷୀଗୋପାଳ ବଜାର ଦେଇ ଆସିବା ସମୟରେ ଚନ୍ଦନପୋଖରୀ ଉପରେ ଥିବା ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟର ସଭାପତି ବଦ୍ରିନାରାୟଣ ଖୁଣ୍ଠିଆ ଫୁଲମାଳ ଦେଇ ସ୍ୱାର୍ଗତ କରିଥିଲେ । ଗୋପବନ୍ଧୁଙ୍କ କର୍ମସ୍ଥଳର ବା ଶେଷ ନିଶ୍ୱାସ ସ୍ଥଳ ସତ୍ୟବାଦୀ ହାଇସ୍କୁଲ ପରିସରରେ ଜ୍ୟୋତି ରଥ ପହଞ୍ଚିଥିଲା । ସେଠାରେ ଶିକ୍ଷକ ସତ୍ୟବାଦୀ ଦାଶ, ସୁଚିତ୍ର ଖଟୋଇ, ମୃତ୍ୟୁଞ୍ଜୟ ମହାପାତ୍ର ଓ ବସନ୍ତ କୁମାର ସ୍ୱାଇଁଙ୍କ ସହିତ ମୁକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରଣାମ ମାତୃଭୂମି ଓ ଜ୍ୟୋତି ରଥକୁ ସ୍ୱାଗତ କରିଥିଲେ । କାଦୁଆ ଆଶ୍ରମ ନିକଟରେ ଜ୍ୟୋତି ରଥ ପହଞ୍ଚିବା ସମୟରେ ବୁଦ୍ଧିଜିବୀ ମାନଙ୍କ ସହିତ ଗୋଟିପୁଅ ନାଚ କରାଯାଇ ଜ୍ୟୋତି ରଥକୁ ଆଣ୍ରମ ପରିସରକୁ ପାଛୋଟି ନିଆଯାଇଥିଲା । ଆଶ୍ରମ ପରିସରରେ ଥିବା ଗୋପବନ୍ଧୁ ଓ ଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତି ନିକଟରେ ଜ୍ୟୋତି ଜନସାଧାରଣଙ୍କ ଦର୍ଶନ ପାଇଁ କିଛି ସମୟ ଅଟକି ରହିଥିଲା । ଏହି ଅବସରରେ ଆୟୋଜିତ ସଭାରେ ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ଭବାନି ଚରଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଡ. ପ୍ରଭାସ ଆଚାର୍ଯ୍ୟ, ଭୁବନେଶ୍ୱର ଖଦୀ ବୋର୍ଡର ଅଧିକାରୀ ପ୍ରମୋଦ କୁମାର ମହାନ୍ତି, ଶିକ୍ଷକ ସତ୍ୟବାଦୀ ଦାସ, ଅଶୋକ ବେହେରା, ସାମାଜିକ କର୍ମୀ ସୁରେଶ କୁମାର ସାହୁ, ସୂର୍ଯ୍ୟନାରାୟଣ ଦାଶ, ଜଗନ୍ନାଥ ବାରିକ, ମନୋଜ ମୁଦୁଲି ଓ ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି