କଟକରେ ଦୂର୍ଗା ପୂଜା ପାଇଁ ୫୦ ପ୍ଲାଟୁନ ଫୋର୍ସ ମୁତୟନ
କଟକ------ କଟକରେ ଦୂର୍ଗା ପୂଜା ପାଇଁ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ବୋଲି ଜଣାପଡିଛି । ଭସାଣି ପାଇଁ ୫୭ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ। ସୁନା ରୁପା ମେଢ ମଣ୍ଡପରେ ସିସିଟିଭି ସହ ସଶସ୍ତ୍ର ବାହିନୀ ମୁତୟନ ରହିବେ। ସୁରକ୍ଷା ପାଇଁ ୩୦ଟି ଏଡ୍ ପୋଷ୍ଟ ରହିବ, ୩୦୦ ଅଧିକାରୀ ଦାୟିତ୍ୱରେ ରହିବେ। ଆଜି କମିଶନରେଟ୍ ପୁଲିସ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୂଜା ପାଇଁ ଟ୍ରାଫିକ ସମସ୍ୟା ଯେପରି ନହୁଏ ସେ ଦିଗ ପ୍ରତି କଡ଼ା ନଜର ରଖାଯିବ ବୋଲି କୁହାଯାଇଛି। ଧୀରେନ୍ଦ୍ର ସେନାପତି