ଡେଲାଙ୍ଗ ପୋଲିସ ଦୁଇ ଲୁଟେରାଙ୍କୁ ବାନ୍ଦିଲା
ଡେଲାଙ୍ଗ -- ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାକୟଙ୍କ ନେତୃତ୍ୱରେ ସ୍ୱତନ୍ତ ଏକ ଟିମ ଡେଲାଙ୍ଗରେ ଲୁଟେରା ମାନଙ୍କୁ ଠାବ କରିବାରେ ସକ୍ଷମ ହୋଇଛି । ସୁଚନାଯୋଗ୍ୟ ଯେ ୨୧-୮-୧୯ ତାରିଖରେ ଜ୍ଞାନ ରଞ୍ଜନ ଦେବତ୍ତାଙ୍କ ଠାରୁ ମୋବାଇଲି ଓ ଟଙ୍କା ଲୁଟ କରିନେଇଥିଲେ । ତା ପରେ ପରେ ଅର୍ଥାତ ସେହି ମାସ ୨୮ ତାରିଖରେ ରଞ୍ଜନ କୁମାର ସେଠୀ ବସନ୍ତପୁର- କଣ୍ଟି ରାସ୍ତାରେ ମଟର ସାଇକେଲ ଯୋଗେ ଯାଉଥିବା ସମୟରେ ମାରଣାସ୍ତ୍ର ଦେଖାଇ ଏକ ଲାପଟପ , ମୋବାଇଲି, ଟଙ୍କା ଲୁଟ କରି ନେଇଥିଲେ । ଦୁଇଜଣ ଯାକ ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ । ଡେଲାଙ୍ଗ ପୋଲିସ ୧୪୭/୧୯ ଓ୧୫୦/୧୯ ଦୁଇଟି କେସରୁଜ କରି ତଦନ୍ତ ଜାରି ରଖିଥଲା । ସୁକାନ୍ତ ଓରଫ ଅନାଥ ମହାରଣା ବସନ୍ତପୁର ଗ୍ରାମର ଓ ସୁଜନପୁର ଗ୍ରାମର ସଞ୍ଜୟ ଓରଫ ଚାଉନି କାଣ୍ଡିଙ୍କୁ ଡେଲାଙ୍ଗ ପୋଲିସ ଏହି କେସରେ ଗିରଫ କରିବା ସହ ଚୋରୀ ହୋଇଥିବା ଲାପଟପ ଓ ମୋବାଇଲି ପୋଲିସ ଜବତ କରିଥିବା ଜଣାପଡିଛି । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀ ପଟ୍ଟନାୟକଙ୍କ ଠାରୁ ପ୍ରକାଶ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି