ପିପିଲି ବ୍ଳକରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ
ପିପିଲି-----ପିପିଲି ବ୍ଲକ ସମ୍ମିଳନୀ କକ୍ଷରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସେଠାରେ ଯୋଗଦେଇଥିବା ଶତାଧିକ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପିପିଲି ବିଡିଓ ଆଦିକନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ବ୍ଳକ ଆତ୍ମା କମିଟି ଅଧ୍ୟକ୍ଷ ଧରଣୀଧର ସାହୁ, ସିଇଓ ସୁରେନ୍ଦ୍ର କୁମାର ଦାଶ, ଜିପିଇଓ ଦୀପକ କୁମାର ଜେନା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମିତାଲି ମଧୁସ୍ମିତା, ବ୍ଲକ ଲୋକକଳା ସଂସ୍କୃତି ସଂଘର ଉପାଧ୍ୟକ୍ଷ ପ୍ରହଲ୍ଲାଦ ରାଉତ ପ୍ରମୁଖ ଯୋଗଦେଇ ସମାଜ ପାଇଁ ବରିଷ୍ଠ ନାଗରିକଙ୍କ ଉପଯୋଗିତା ସଂପର୍କରେ ବକ୍ତବ୍ୟ ରଖିବା ସହ ସେମାନଙ୍କ ସାମାଜିକ, ଅର୍ଥନୈତିକ ନିରାପତା ଉପରେ ଆଲୋକପାତ କରିଥିଲେ । ପରେ ସଂକୀର୍ତ୍ତନ ଓ ପାଲା ପରିବେଷଣ କରାଯାଇଥିଲା ।
ପିପିଲିରୁ ବିଜୟ କୁମାର ମହାପାତ୍ର