ଭାତର ବିକାଶ ପରିଷଦ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧିତ
ସାକ୍ଷୀଗୋପାଳ----- ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ପକ୍ଷରୁ ସ୍ଥାନୀୟ ପାଣିଭଣ୍ଡାର ଗ୍ରାମରେ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଗ୍ରାମରେ ୨୧ ଜଣଙ୍କୁ ବରିଷ୍ଠ ନାଗରିକଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗ୍ରାମର ପୁରୁଷ ଓ ମହିଳା ମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ରାଷ୍ଟୀୟ ସମ୍ପାଦକ ଗୀତା ପଟ୍ଟନାୟକ, ଆଞ୍ଚଳିକ ମହିଳା ସହଭାଗିଦାର ମୁଖ୍ୟ ସଂଗୀତା ଦାଶ, ବିଜୟା ମିଶ୍ର, ଶକୁନ୍ତଳା ଚୌଧୁରୀ କାର୍ଯ୍ୟକ୍ରମରେ ଯୋଗଦେଇବରିଷ୍ଠ ନାଗରିକ ମାନଙ୍କର ସେବା କରିବା ଦରକାର ବୋଲି କହିଥିଲେ । ଭାରତ ବିକାଶ ପରିଷଦର ସଦସ୍ୟ ମାନେ ଆଲେଚନାରେ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର ସଭାପତି ସତ୍ୟବାଦୀ ଦାଶ ସଭାରେ ଅଧ୍ୟକ୍ଷତା କରିଥିଲେ । ସୁଶାନ୍ତ ରଥ, ଭ୍ରମର ବର ସ୍ୱାଇଁ, ନବଘନ ଶତପଥୀ, ସୁନାକର ପତି, ବ୍ରଜ କିଶୋର ପାଇକରାୟ, ରଞ୍ଜିତ ଖଣ୍ଡୁଆଳ , ହାପି ର. ନୀଳକଣ୍ଠ ବାରିକ , ସନ୍ତୋଷ ବେହେରା, ଗୌରୀ ପ୍ରଧାନ, ତିଳୋତ୍ତମା ବରାଳ, ସଂଯୁକ୍ତା ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ପରିଡା, ପ୍ରମୋଦ ଗୁରୁ, ଦୟାନିଧି ପ୍ରଧାନ, ଅଧିକାରୀ ମହାନ୍ତି ବସନ୍ତ ପ୍ରଧାନ, ଭିକାରୀ ପରିଡା, କ୍ଷେତ୍ରବାସୀ ପ୍ରଧାନ, ପୁର୍ଣ୍ଣଚନ୍ଦ୍ର ନାୟକ , ପ୍ରକାଶ ମଲିକ, ସୁକାନ୍ତ ନାୟକ, ପ୍ରଫୁଲ ପ୍ରଧାନ ଓ ସୁକାନ୍ତ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ