 |
pipili News |
ପିପିଲି---- ଏଆଇସିସିଟିୟୁ ପିପିଲି ବ୍ଳକ କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ପିପିଲି ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଆଇସିସିଟିୟୁ ରାଜ୍ୟ ସଂପାଦକ ମହେନ୍ଦ୍ର କୁମାର ପରିଡା, ଜିଲା ସଭାପତି ରବିନ୍ଦ୍ର କୁମାର ସ୍ୱାଇଁ, ସଂପାଦକ ଲିଟୁଲାଲ ଦେବ ସୁବୁଦ୍ଧି, ସର୍ବେଶ୍ୱର ଭାରତୀ, ସରସ୍ୱତୀ ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ପିପିଲି ତରାକାଜ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା କରାଯାଇଥିଲା । ଭୂମିହୀନଙ୍କୁ ଘରଡିହ ପଟ୍ଟା , ଏନଆରଇଜିଏସ ଯୋଜନାରେ ସମସ୍ତ ଜବକାର୍ଡଧାରୀଙ୍କୁ କାମ ନଚେତ ବେକାରୀଭର୍ତ୍ତା , ନିର୍ମାଣ ଶ୍ରମିକ ମାନଙ୍କର ଥିବା ସମସ୍ୟା ଦୂର କରିବା ସହ . ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା ଚୟନ ପ୍ରକ୍ରୀୟାରେ ରାଜନୈତିକ ହସ୍ତକ୍ଷେପକୁ ବନ୍ଦ କରାଯିବା, ସହ ଫନି' କ୍ଷତିଗ୍ରସ୍ତଙ୍କୁ ବାସଗୃହ କାର୍ଯ୍ୟାଦେଶ ପ୍ରଦାନ କରାଯିବା ଆଦି ଦାବି ସଂପର୍କିତ ଏକ ସ୍ମାରକପତ୍ରକୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପିପିଲି ବିଡିଓ ଆଦିକନ୍ଦ ବେହେରାଙ୍କୁ ପ୍ରଦାନ କରାଯାଇଛି ।
ପିପିଲିରୁ ବିଜୟ କୁମାର ମହାପାତ୍ର