ସୁଲଣ ପଞ୍ଚାୟତରେ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦପଡିଲେ ୮୩୦ ହିତାଧିକାରୀ
ହାଟଡ଼ିହି-----ହାଟଡିହି ବ୍ଲକ ସୁଲଣ ପଞ୍ଚାୟତରେ ୮୩୦ଜଣ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡିଛନ୍ତି । ଏହି ପଞ୍ଚାୟତରେ ମୋଟ ୩୧୪୦ଜଣ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇ ପୁର୍ବରୁ ରେସନ ସାମଗ୍ରୀ ପାଉଥିଲେ । ଏବେ ଆଧାର ଲିଙ୍କ ନ କରିପାରିବା ଯୋଗୁଁ ୮୩୦ଜଣ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡିଛନ୍ତି । ଯୋଗାଣ ବିଭାଗ ୯୦ଭାଗ ହିତାଧିକାରୀଙ୍କ ରେସନକାର୍ଡା ଆଧାର ଲିଙ୍କ ସରିଯାଇଥିବା କହୁଥିବାବେଳେ ଏବେ ହଦଗଡ, ବାଲିବରେଇ, ସୋସୋ, ଢ଼େଙ୍କା, ସମଣା, କେ ବାଲିପାଳ, ବାଙ୍ଗୋର ଆଦି ପଞ୍ଚାୟତରେ ହଜାର ହଜାର ହିତାଧିକାରୀଙ୍କ ଆଧର ସଂଯୋଗ ହୋଇପାରି ନଥିବା ଜଣାପଡିଛି । ସେମାନେ ଚଳିତମାସ ରେସନ ସାମଗ୍ରୀ ଯଥା ଚାଉଳ, ଗହମ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ଜଣାପଡିଛି । ତେଣୁ ଯୋଗାଣ ବିଭାଗର ତଥ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।
ହାଟଡିହରୁ ବିକାଶ ବିଶ୍ୱାଳ
ହାଟଡିହରୁ ବିକାଶ ବିଶ୍ୱାଳ