ସାଇଜ୍ୟୋତି ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ବୃକ୍ଷରୋପଣ ଓ ଗ୍ରାମ ସଫେଇ
ହାଟଡ଼ିହି---- ହାଟଡିହି ବ୍ଲକ ବାହାରିପୁର ଗ୍ରାମର ସାଇ ଜ୍ୟୋତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ବୃକ୍ଷରୋପଣ ଓ ଗ୍ରାମ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାନେତ୍ରୀ ମାନସୀ ସାହୁ, ସମ୍ପାଦିକା ସୁଭାଷିନୀ ଜେନା, ସଦସ୍ୟା ମମତା ସାହୁ, ଜ୍ୟୋତ୍ସ୍ନାରାଣୀ ସାହୁ, ଗୀତାଞ୍ଜଳୀ ସାହୁ, ହରପ୍ରୀୟା ସ୍ୱାଇଁ, ରତ୍ନାବତୀ ଜେନା, ସାବିତ୍ରୀ ସ୍ୱାଇଁ, ବାସନ୍ତୀ ସାହୁ, ହରପ୍ରୀୟା ସାହୁ ÷ଙ୍ଗନବାଡି କର୍ମୀ ସରସ୍ୱତୀ ସାହୁ, ଆଶାକର୍ମୀ ମମତା ସାହୁ, ସଂଯୁକ୍ତା ସାହୁ, ୱାର୍ଡସଭ୍ୟା ସୁଲେଖା ଯେନା ପ୍ରମୁଖ ଉପସ୍ଥିତ ରହିଥିଲେ । ଗ୍ରାମ ସଫେଇ କରିବା ସହିତ ସ୍ୱଚ୍ଛ ଭାରତ ଗଠନ ଦିଗରେ ସମସ୍ତଙ୍କ ସହଯୋଗ ଓ ଭୁମିକା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା । ପରିବେଶ ସୁରକ୍ଷା ପାଇଁ ଗ୍ରାମରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିର, ତାରିଣୀ ମନ୍ଦିର, ଥାନପତି ଓ ଶିବ ମନ୍ଦିର ପରିସରରେ ବୃକ୍ଷରୋପଣ କରିବା ସହ ଏହି ବୃକ୍ଷ ଗୁଡିକର ଦାୟତ୍ୱ ନେବା ପାଇଁ ଶପଥ ନେଇଥିଲେ ।
ହାଟଡିହିରୁ ବିକାଶ ବିଶ୍ୱାଳ
ହାଟଡିହିରୁ ବିକାଶ ବିଶ୍ୱାଳ