Breaking News

ବାଲିଗୁଡା ପୋଲିସ ଏକ କାରରୁ ୬୪ କେଜି ୪ଶହ ଗ୍ରାମ ଗଞ୍ଜେଇ ଜବତ ; ତିନିଜଣ ଯୁବକ ଗିରଫ


 ବାଲିଗୁଡା--- ବାଲିଗୁଡା ପୋଲିସ ଦୁଇ ତାରିଖ ବିଳମ୍ବିତ ରାତିରେ ପ୍ରୋଟୋଲିଂ କରିବା ସମୟରେ ଏକ କାରକୁ ଅଟକାଇ ଯାଞ୍ଚ ସମୟରେ ୬୪ କେଜି ୪ଶହ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ଏହି ଗଞ୍ଜେଇ କୁଟିକିଆରୁ ଗଞ୍ଜାମକୁ ଚାଲାଣ କରାଯାଉଥିଲା  । କାରନଂ ଓଡି- ୨୭ ଏ- ୮୫୮୪ ବୋଲି ଜଣାପଡିଛି । ଏହି କାର ଚାଳକ ସହିତ ଗାଡିରେ ଥିବା ଦୁଇଜଣଙ୍କୁ ପୋଲିସ ୧୨୭/୧୯ରେ ଏକ କେସରୁଜ କରିଥିବା ଜଣାପଡିଛି । ଅଭିଯୁକ୍ତ ମାନେ ସମେସ୍ତ ଫୁଲବାଣି ଥାନା ଅଞ୍ଚଳର ବୋଲି ଜଣାପଡିଛି  । ସେମାନେ ହେଲେ ଜିତେନ୍ଦ୍ର ପାଢ଼ୀ, ପ୍ରମୋଦ ବେହେରା, ସୂର୍ଯ୍ୟକାନ୍ତ ସେଠୀ ଏମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଥିଲା  । ସେଠାରେ ଜାମିନ ନମିଳିବାରୁ ଜେଲ ହାଜତକୁ ପଠାଯାଇଥିବା ଜଣାପଡିଛି ।
 କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts