ପିଇଓଙ୍କୁ ଫୋନରେ ଗାଳି ଗୁଲଜ, ଥାନାରେ ଅଭିଯୋଗ
ହାଟଡ଼ିହି---ହାଟଡିହି ବ୍ଲକ ସୁଲଣ ପଞ୍ଚାୟତର ପିଇଓ ନରହରି ନାୟକଙ୍କୁ ସେହି ପଞ୍ଚାୟତର ଆବୁଲୁପୁରା ଗ୍ରାମର ଜଗନ୍ନାଥ ମଲ୍ଲିକ ନାମକ ଜଣେ ବ୍ୟକ୍ତି ଗାଳି ଗୁଲଜ କରିଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଜଗନ୍ନାଥ ମଲ୍ଲିକ ଗତକାଲି ଠାରୁ କାହିଁକି ଆମ ନାମ ଖାଦ୍ୟ ସୁରକ୍ଷା ଯୋଜନାରୁ କଟାଗଲା ବୋଲି କହି ପ୍ରବଳ ଗାଳିଗୁଲଜ କରିଥିଲେ । ଯେତେ ପ୍ରକାର ବୁଝାଇଲେବି ସେ ବୁଝିବାକୁ ନାରାଜ ହୋଇ ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ବାରମ୍ବାର ଫୋନକରି ଗାଳିଗୁଲଜ କରିବା ସହିତ ଧମକ ଚମକ ଦେଇଥିଲେ । ଫଳରେ ପିଇଓ ଶ୍ରୀ ନାୟକ ବାଧ୍ୟହୋଇ ଆଜି ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ନନ୍ଦିପଦା ପୁଲିସ ତୁରନ୍ତ ଆବୁଲୁପୁରାକୁ ଯାଇ ଜଗନ୍ନାଥଙ୍କୁ ଧରି ଥାନାକୁ ଆଣିବାପରେ ସେ କ୍ଷମା ପ୍ରାର୍ଥନା କରିବାସହ ଆଉ ଏପରି କରିବେ ନାହିଁ ବୋଲି ପୁଲିସକୁ ଲିଖିତ ଭାବେ ଜଣାଇଥିବା ଜଣାପଡିଛି ।
ହାଟଡିହିରୁ ବିକାଶ ବିଶ୍ୱାଳ
sakhigopal news
hatadihi news
ହାଟଡିହିରୁ ବିକାଶ ବିଶ୍ୱାଳ
sakhigopal news
hatadihi news