Breaking News

ଅତାବିରା ଏନଏସିରେ ମଶା ଚାଷ


N  das
Baragada Newa
  ବରଗଡ଼--------   ବରଗଡ଼ ଜିଲ୍ଲା ଅତାବିରା ଏନଏସିରେ ଏବେ ମଶା ଚାଷ କରୁଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ସୁଚନା ଯୋଗ୍ୟ ଯେ  ଆର ଏଚ ଟିସି କେନ୍ଦ୍ରରେ ଥିବା ପୋଖରୀରେ ଦୀର୍ଘ ବର୍ଷରୁ ପରିତ୍ୟକ୍ତ ଅବସ୍ଥାରେ ପଡିରହି ଅଳିଆ ଆବର୍ଜନା କୁଣ୍ଡ ପାଲଟିଛି । ଏବେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀକୁ ଆଖି ଆଗରେ ରହି ସାରା ଭାରତରେ ସ୍ୱଚ୍ଛତାର ଡିଣ୍ଡିମ ବାଡେଇ ବାଃ ବାଃ ନେଉଥିବାବେଳେ କେବଳ କାଗଜ କଲମରେ ତଥା ବ୍ୟାନର ପୋଷ୍ଟରରେ ହେଉଥିବାର ଲୋକେମାନେ କହନ୍ତି। ରାତି ପାହିଲେ ସରକାରୀ,ବେସରକାରୀ ତଥା ମାଳମାଲ ନେତା ମନ୍ତ୍ରୀ ସଫେଇ କରିବା ସମୟରେ ଫଟୋ ଉଠାଇ  ସୋସିଆଲ ମିଡ଼ିଆ ଓ ଖବର କାଗଜ ଓ ଟିଭିରେ ଦେଖେଇବା ସାର ହେବ । ଏଇ ଆର ଏଚ ଟିସି କେନ୍ଦ୍ର ଏରିଆରେ ଥିବା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ସାମ୍ନା ପୋଖରୀ ହୋଇଛି ଏବେ ଏନଏସି ପକ୍ଷରୁ ମଶା ଚାଷ କରାଯାଇଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।ଦିନ ଦ୍ବୀପହରେ ଅଞ୍ଚଳରେ ମଶାମାଛିର ପ୍ରାଦୁର୍ଭାବ ବଢି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ସେହିପରି ଏହି ବ୍ଲକରେ ସରକାର ଲୋକଙ୍କ ସୁବିଧା ନିମନ୍ତେ ପୋଖରୀ ଖନନ,ପୋଖରୀ ପୁନଃ ଉଦ୍ଧାର କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି।ହେଲେ ଏହି ଅଞ୍ଚଳରେ କାହା ସ୍ୱାର୍ଥରେ ଓ କେଉଁଠି ଖର୍ଚ୍ଚ ହେଉଛି ଯାହା ଏବେ ଲୋକଙ୍କ ମନରେ ଅନେକ ଅନେକ ପ୍ରଶ୍ନବାଚି ହୋଇ ଠିଆ ହୋଇଛି ।  ଏନେଇ ଅତାବିରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼.ରବିନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା ନେବାକୁ ଯାଇଥିଲୁ।କିନ୍ତୁ ସେ ଏଇଟା ଆମର ନୁହଁ ଆର ଏଚ ଟିସି ର ଆମେ କଣ ଜାଣିବୁ ଓ କଣ କହିବୁ ଆପଣ ଆର ଏଚ ଟିସି ଯାଇ ପଚାରନ୍ତୁ ବୋଲି କହିବାସହ ମୁଁ କିଛି କହିପାରିନାହିଁ ବୋଲି ମୁହଁ ମୋଡ଼ି ପଳାଇ ଯାଇଥିଲେ। ତେବେ ରାତି ପାହିଲେ ରୋଗୀ ତଥା ସ୍ୱାସ୍ଥ୍ୟକେନ୍ଦ୍ରଟି ରାଜପଥ କଡରେ ଥିବାବେଳେ ଦୁର୍ଘଟଣା ଗ୍ରସ୍ତ ହୋଇ ଲୋକେ ଆସି ଏହି ଅସ୍ୱାସ୍ଥ୍ୟକର ପରିବେଶର ସାମ୍ନା କରିଥାନ୍ତି । ତେବେ ଏହାକୁ ନେଇ  ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ପରିତାପର ବିଷୟ ଏହି ଯେ ଏହି ପୋଖରୀରେ ମଶାଚାଷ ସହ ମାଛ ଚାଷ ମଧ୍ୟ ହେଉଛି।ତେବେ ମଶା ଚାଷ ତ ସରକାର କରୁଛନ୍ତି ହେଲେ ମାଛ ଚାଷ ପାଇଁ କାହାକୁ ଓ କେବେଠୁଁ ଠିକା ଦିଆଯାଇଛି ତାହା ତଦନ୍ତ ସାପେକ୍ଷ ହୋଇପଡିଛି।ଯାହା ଅଞ୍ଚଳବାସୀଙ୍କ ପାଇଁ  ଏହି ପୋଖରୀ ମହାମାରୀ ରୂପ ନେବ ବୋଲି ଲୋକେ କୁହନ୍ତି।  ଜିଲ୍ଲାପାଳ ତୁରନ୍ତ ଦୃଢ ପଦକ୍ଷେପ ନେବାକୁ ଜଣସାଧିରଣରେ ଦାବି ହେଉଛି। ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts