Breaking News

ଧନୀ ପରିବାର ପାଉଛନ୍ତି ସରକାରୀ ସାହାର୍ଯ୍ୟ ଗରିବ ପରିବାରଙ୍କ ପାଇଁ ଯୋଜନା ଶେଷ

ଅତାବିରା--- ରାଜ୍ୟ ସରକାର ଗରିବ ଓ ଧନୀ ଲୋକଙ୍କ ମଧ୍ୟରେ ଥିବା ଅର୍ଥ ନୈତିକ, ସାମାଜିକ ପରିବର୍ତ୍ତନ କରିବା ପାଇଁ ବିଜେଡି ସରକାର ବିଭିନ୍ନ ଜନ କଲ୍ୟାଣ ଯୋଜନା ପ୍ରଣୟନ କରିଛନ୍ତି । ମାତ୍ର ଏହି ଯୋଜନା ଗୁଡିକ କେବଳ ଧନୀ ଓ ଦଳୀୟ କର୍ମୀ ମାନଙ୍କ ପାଇଁ ସିମୀତ ରହିଯାଇଛି । ଧନୀ ପରିବାର ପାଇ ସାରିବା ପରେ ଗରିବ ପରିବାରଙ୍କ ବେଳକୁ ଯୋଜନା ଶେଷ ହୋଇଯାଉଛି ବୋଲି ଜନସାଧାରଣରେ ଶୁଣିବାକୁ ମିଳୁଛି  । ରାଜ୍ୟ ସରକାରଙ୍କ ଏହି ଯୋଜନା ପାଇଁ ଗ୍ରାମଞ୍ଚଳରେ ଗରିବ ପରିବାର ଯେଉଁ ସରକାରୀ ବାବୁ ମାନଭ୍କ ଦ୍ୱାରା ଚିହ୍ନଟ କରାଯାଉଛି  ସେମାନେ ନିଜର ଚାକିରୀ ସୁରକ୍ଷିତ ରଖି ନେତାଙ୍କ କଥାକୁ ମାନି କାମ କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି । ଯାହା ଫଳରେକି ଗରିବ ଅର୍ଥ ଧନୀ ପରିବାର ଲୁଟ କରି ଚାଲିଛନ୍ତି । ଏଥିରେ ମଧ୍ୟ ସରକାରୀ ଚାକିରିଆ ମାନେ ଏହି ଅର୍ଥ ହାତେଇବାକୁ ପଛାଉନାହାନ୍ତି । ଏହାକୁ ନେଇ ବାରମ୍ବାର ଜିଲ୍ଲାପାଳଙ୍କ ଜନଶୁଣାଣି ଠାରୁ ବ୍ଳକ ବିଡିଓଙ୍କୁ ପ୍ରଦାନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ  । ବିଶେଷ କରି ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭର୍ତ୍ତା ଆଦି ଯୋଜନା ଗୁଡିକ ଗରିବ ପରିବାରଙ୍କୁ ପ୍ରଦାନ ନ କରାଯାଇ ହାତଗୁଞ୍ଜା ଦେଇ ଧନୀ ପରିବାର ସାମିଲ ହୋଇପାରୁଛନ୍ତି  । ଗରିବ ପରିବାର ହାତଗୁଞ୍ଜା ନ ଦେବାରୁ ଅଯୋଗ୍ୟ ତାଲିକାରେ ସେମାନଙ୍କ ନାମ ରହିଯାଉଛି ବୋଲି ଅଭିଯୋଗ ମାନ ହୋଉଛି  । ସେହିପରି ସରକାର ୬୦ ବର୍ଷରୁ ଅଧିକ ଅସହାୟ ଓ ଗରିବ ଶ୍ରେଣୀର ବୃଦ୍ଧା, ବୃଦ୍ଧ ସେମାନଙ୍କୁ ମାସିକିଆ ଭର୍ତ୍ତା ପ୍ରଦାନ କରିବାର ନିୟମ ରହିଥିବା ବେଳେ ଅତାବିରା ବ୍ଳକରେ ସରକାରୀ ଚାକିରିରୁ ଅବସର ନେବା ପରେ , ଧନୀ ଲୋକମାନେ ଦାୟତ୍ୱରେ ଥିବା ଅଧିକାରୀ  ଓକୁଜି ନେତା ମାନଙ୍କୁ ହାତଗୁଞ୍ଜା ଦେଇ ଭର୍ତ୍ତା ପାଇବାରେ ସକ୍ଷମ ହୋଇ ପାରିଛନ୍ତି ବୋଲି ଜଣାପଡିଛି । ସେହିପରି ଅତାବିରା ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଏହି ପରି ହୋଇଥିବା ଜଣାପଡିଥିବା ଅଭିଯୋଗ ମାନ ହୋଉଛି  ।
ବରଗଡରୁ ନବୀନ  ଦାଶ

Blog Archive

Popular Posts