Breaking News

ବଳପୁର ବାଲୁଙ୍କେଶ୍ୱର ଦେବ ବରାଳ ବାଲୁଙ୍କେଶ୍ୱର ଦେବଙ୍କୁ ନିମନ୍ତ୍ରଣ କରିବା ପାଇଁ ଗଲେ

ସାକ୍ଷୀଗୋପାଳ --- ଆଜି ହୋଉଛି ବାରୁଣିସ୍ନାନ ବା ସାଗରସ୍ନାନ ଯାତ୍ରା  । ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଭାର୍ଗବୀ ନଦୀର ବଳପୁର ଠାରେ ଥିବା ଭୃଗୁ ଘାଟରେ ବାରୁଣି ସ୍ନାନରେ ଯୋଗଦେବା ପାଇଁ ବରାଳ ବାଲୁଙ୍କେଶ୍ୱର ଦେବଙ୍କୁ ନିମନ୍ତ୍ରଣ କରି ସାଙ୍ଗରେ ଧରି ଆଣିବା ପାଇଁ ମନ୍ଦିରରୁ ବାହାରିଛନ୍ତି । ଏଥିପାଇଁ ମନ୍ଦିର ଟ୍ରଷ୍ଟି ଓ ସେବାୟତ ମାନେ ଠାକୁରଙ୍କ ସମସ୍ତ ଦୈନଦିନ ନୀତିକାନ୍ତି ସରିବା ପରେ ସୁସଜିତ ବୋଳ  ବିମାନରେ ଛତ୍ରୀ, ତ୍ରାସ, ବୈରଖ, ଘଣ୍ଟ, ଘଣ୍ଟା, କାହାଳି, ବାଦ୍ୟ ହରିବୋଲ ଓ ହୁଳହୁଳି ପକାଇ ଠାକୁର ବରାଳ ଗ୍ରାମରେ ପହଞ୍ଚିଥିଲେ  । ବରାଳ ଗ୍ରାମରେ ଠାକୁର ପହଞ୍ଚିବା ପରେ ବିଭିନ୍ନ ଫଳମୂଳ ଓ ଖଇକୋରା, ଶାକର, ଚୁଡାଘଷା ଆଦି ଦୁଆରି ଭୋଗ ଖାଇ ବରାଳ ମନ୍ଦିର ଠାରେ ପହଞ୍ଚିଥିଲେ  । ସେଠାରେ ଦୁଇ ଠାକୁରଙ୍କ ନୀତିକାନ୍ତି ସରିବା ପରେ ବାରୁଣୀସ୍ନାନ ମଣ୍ଡପ ଅଭିମୁଖେ ବାହାରିବେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts