Breaking News

ଅତାବିରା ବ୍ଳକରେ ଆଧାର କେନ୍ଦ୍ର ବନ୍ଦ ଲୋକେ ହଇରାଣ

ଅତାବିରା--  ବରଗଡ ଜିଲ୍ଲାର ଅତାବିରା ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଆଧାର କାର୍ଡ ସଂଶୋଧନ, ନୂତନ ଆଧାର କାର୍ଡ କରିବା ପାଇଁ ଏବେ ଲୋକମାନେ ନାନା ଅସୁବିଦାରେ ପଡିଛନ୍ତି । ଲୋକମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ସଦରମହକୁମା ପୋଷ୍ଟ ଅଫିସରେ ଆଧାର କେନ୍ଦ୍ର ଖୋଲିଥିଲେ  । ମାତ୍ର ଉକ୍ତ କେନ୍ଦ୍ର ଗୁଡିକ ବନ୍ଦ ହୋଇଯାଇଛି । କେଉଁଠି କର୍ମଚାରୀ ଅଭାବ ତ କେଉଁଠି ମେସିନ ଖରାପ । ଅନ୍ୟ କେତକ ସ୍ଥାନରେ ଦରଖାସ୍ତ ଦେଇକି ଯାଅ ତମ ପାଳି ପଡିଲେ ଫୋନ କରାଯିବ ସେ ଦିନ ଆସିଲେ ତମ କାମ ହେବ ବୋଲି କୁହାଯାଉଛି  । ଲୋକମାନେ ମାସ ମାସ ଧରି ଅପେକ୍ଷା କରିବା ପରେ ଆଧାର କାର୍ଡ ନ ପାଇବାରୁ ଗଣପ୍ରତିନିଧି ମାନଙ୍କ ପାଖରେ ଅଭିଯୋଗ କରିଛନ୍ତି । ଅତାବିରା ପୋଷ୍ଟ ଅଫିସ କାର୍ଯ୍ୟାଳୟ ପରିସରରେ ଆଧାର କେନ୍ଦ୍ର ଖୋଲାଯାଇଥିଲା  । କିଛି ଦିନ ଠିକ ଠାକ ଚାଲିବା ପରେ ୩ ମାସ ହେବ ଏବେ ବନ୍ଦ ରହିଛି । ୩୦ ଟଙ୍କା ବଦଳରେ ଜନଗଲ୍ୟାଣ କେନ୍ଦ୍ରରେ ଆଧାର କାର୍ଡ କରିବା ନାମରେ ୨ଶହ ଟଙ୍କା ଲୋକଙ୍କ ଠାରୁ ଯୋରଜବର ଦସ୍ତ ନିଆଯାଉଛି । ନୀଲାବତୀ କଠାର, ମୁକେଶ ସାହୁ, ରଜନୀ ପ୍ରଧାନ ପ୍ରମୁଖ କହନ୍ତି ଅତାବରି ପୋଷ୍ଟ ମାଷ୍ଟର ଅରୁଣ ବାରିକଙ୍କୁ ପଚାରିବାରୁ ସେ କହନ୍ତି କମ୍ବ୍ୟୁଟର ଖରାପ ଅଛି ତମେ ସମ୍ଭଲପୁର ବା ବରଗଡ ପୋଷ୍ଟ ଅଫିସକୁ ଯାଇ ସେଠାରେ ଆଧାର କାର୍ଡ କରିନିଅ ବୋଲି କହିଥିବା କହନ୍ତି ।
ବରଗଡରୁ  ନବୀନ ଦାଶ

Blog Archive

Popular Posts