Breaking News

ଅଷ୍ଟପ୍ରହର ନାମଯଜ୍ଞ ଓ ନଗର କୀର୍ତ୍ତନ ଉଦଯାପିତ

  ସାକ୍ଷୀଗୋପାଳ ----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ଆନ୍ଦନପୁର ଗ୍ରାମରେ ୩୦ତମ ଅଷ୍ଟପ୍ରହର ନାମଯଜ୍ଞ ଓ ନଗର କୀର୍ତ୍ତନ ରବିବାର ଅପରାହ୍ନରେ ଗୋଦୁଳି ଲଗ୍ନରେ ଉଦ୍ଯାପିତ ହୋଇଯାଇଛି । ହରେକୃଷ୍ଣ, ହରେକୃଷ୍ଣ - ହରେ ରାମ ମନ୍ତ୍ରସହ ଖୋଳ ଝାଞ୍ଜ ବାଦ୍ୟ ତାଳେ ତାଳେ ତିନିଦିନ ଧରି ଗ୍ରାମରେ ଏକ ଆଧାତ୍ମିକ ପରିବେଷ ସୃଷ୍ଟି ହୋଇଥିଲା  ।  ବାବାଜୀ ମହେଶ୍ୱର ଦାସ ବ୍ୟାସ ଭାବେ କାର୍ଯ୍ୟ ପରିଚାଳନା କରିଥିଲେ  । ଗ୍ରାମର ଇଷ୍ଟଦେବୀ ଉଗ୍ରତାରା, ତାରେଶୀ, ରାଧାକୃଷ୍ଣ, ହାଣ୍ଡଳାଇଙ୍କୁ ନିମନ୍ତ୍ରିତ କରାଯାଇ  ଭଗବତ ବାସୁଦେବ ଠାକୁରଙ୍କ ପୀଠସ୍ଥଳରେ ଅଷ୍ଟପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ଗ୍ରାମରେ ପ୍ରତି ଦୂଆରରେ କଳସ, ଦୀପ ବସାଯାଇଥିବା ବେଳେ ଗ୍ରାମରେ ଆମିଷ ନିଷେଧ କରାଯାଇଥିଲା  । କୁସୁମେଶ୍ୱର, ବରଦାମାଳ, ବାଲିପୋଖରୀ, ଘୁଷୁରିଖାଲ, ବଳପୁର ଓ ବିଦ୍ୟାଧରପୁର ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ କୀର୍ତ୍ତନ ପରିବେଷଣ କରିଥିଲେ  । ଠାକୁରଙ୍କୁ ସର, ଲହୁଣୀ, କାକେରୋ, ଖଇକେରା, କଦଳୀ. ପଇଡ ଓ ବିଭିନ୍ନ ଫଳମୁଳ ଭୋଗ ଲାଗି କରାଯାଇଥିଲା  । ଅପରାହ୍ନରେ ସମସ୍ତ ସଂକୀର୍ତ୍ତନ ଦଳ ନଗର କୀର୍ତ୍ତନ କରି  ବା ସମୟରେ ପରିବାର ମହିଳା ମାନେ ଦୁଆର ଆଗରେ ଅରୁଆ, ଚାଉଳ, ଦୀପ, ହୁଳୁହଳି ପକାଇ ବନ୍ଦାପନା କରିବଥିôଲା ସ୍ୱତନ୍ତ୍ର ନିଆରା  । ଅଭିର ସିଞ୍ଚନ କରି ସଂକୀର୍ତ୍ତନ ଦଳ ଗ୍ରାମରେ ଏକ ଭାଇଚାର ସୃଷ୍ଟି କରିଥିଲେ  ।  ଯମୁନା ଗାଧୁଆରେ ଦହିହାଣ୍ଡି ଭାଙ୍ଗିବା ପରେ ଏହି କାର୍ଯ୍ୟକ୍ରମ ପର୍ବ ଶେଷ କରାଯାଇଥିଲା  । ପରେ ପରେ ଗ୍ରାମର ସମସ୍ତେ ଏକାଠି  ପ୍ରସାଦ ସେବନ କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts